ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ଆଉ ନାହାଁନ୍ତି ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍‌ ବି.ବି. ଲାଲ୍‌

ଆଉ ନାହାଁନ୍ତି ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍‌ ବି.ବି. ଲାଲ୍‌ । ଗତ କାଲି ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ହୋଇଥିଲା । ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ପୂର୍ବତନ ମହାନିର୍ଦ୍ଦେଶକ ଲାଲ୍‌ ଅଯୋଧ୍ୟା ଖନନ ବେଳେ ମନ୍ଦିର ଭଳି ସ୍ତମ୍ଭସବୁ ପାଇଥିଲେ। ଏଏସ୍‌ଆଇର ସର୍ବକନିଷ୍ଠ ଡିଜି ଭାବେ ସେ ୧୯୬୮ରୁ ୧୯୭୨ କାର୍ଯ୍ୟ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ , ଆମର ଗୌରବମୟ ଅତୀତ ସହ ସଂଯୋଗ ସ୍ଥାପନ କରିବାରେ ଲାଲ୍‌ଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା ।

ସେହିପରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ କହିଛନ୍ତି ଯେ, ଆମର ଗୌରବମୟ ଅତୀତ ସହ ସଂଯୋଗ ସ୍ଥାପନ କରିବାରେ ଲାଲ୍‌ଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ।

Show More

Related Articles

Back to top button