ଓଡ଼ିଶାରାଜନୀତି

ଶାନ୍ତି ଶୃଙ୍ଖଳା ସହ ଆଗେଇ ଚାଲିଛି ପଦ୍ମପୁର ଉପନିର୍ବାଚନ,ଦିନ ୧୧ଟା ସୁଦ୍ଧା ୨୯.୭୩% ମତଦାନ

ଶାନ୍ତି ଶୃଙ୍ଖଳା ସହ ଆଗେଇ ଚାଲିଛି ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ। ଉପଯୁକ୍ତ ପ୍ରାର୍ଥୀଙ୍କୁ ନିଜ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ଦିନ ୧୧ଟା ସୁଦ୍ଧା ୨୯.୭୩% ମତଦାନ ହୋଇଛି। ତେବେ ୪ଟି ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲାବେଳେ ଇଭିଏମକୁ ପରିବର୍ତ୍ତନ କରାଯାଇଛି । ଏନେଇ CEO ସୁଶୀଲ କୁମାର ଲୋହାନିଙ୍କ ପକ୍ଷରୁ ସୂଚନା ମିଳିଛି । ସେହିପରି ମାଓପ୍ରବଣ ଅଞ୍ଚଳରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସେପଟେ ପାଇକମାଳର ୧୨୮ ନମ୍ବର ବୁଥରେ ମଧ୍ୟ ଇଭିଏମ୍ ଅଚଳ ହୋଇଥିବା ସୂଚନା ରହିଛି । ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ ୩୧୯ ବୁଥରେ ମତଦାନ ଚାଲିଛି ।

Show More

Related Articles

Back to top button