ଓଡ଼ିଶା

ପଦ୍ମପୁର ଉପନିର୍ବାଚନ:ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି

ପାଖେଇ ଆସୁଛି ପଦ୍ମପୁର ଉପନିର୍ବାଚନ । ଏଥି ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି । ଏହି ପ୍ରଚାରକ ତାଲିକାରେ ସାମିଲ ରହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସମେତ 11 ଜଣ ମନ୍ତ୍ରୀ । ତେବେ ଗତ ଧାମନଗର ଉପ ନିର୍ବାଚନରେ ଦଳର ପ୍ରଚାରର ମଙ୍ଗ ଧରିଥିବା ନେତାଙ୍କୁ ଦଳ ତାଲିକାରୁ ବାଦ ଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ତାଲିକାରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢୋଲକିଆ, ନବକିଶୋର ଦାସ, ସମୀର ରଞ୍ଜନ ଦାଶ, ଟୁକୁନି ସାହୁ, ରିତା ସାହୁ ଓ ମନ୍ତ୍ରୀ ରୋହିତ ପୂଜାରୀ ରହିଛନ୍ତି।

ସେହିପରି BJDର ୪୦ ଷ୍ଟାର ପ୍ରଚାରକ ମଧ୍ୟରେ ସାମିଲ ରହିଛନ୍ତି  ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ, ସୁଶାନ୍ତ ସିଂ, ରବିନ୍ଦ୍ର କୁମାର ଜେନା, ପୁଷ୍ପେନ୍ଦ୍ର ସିଂଦେଓ, ସାରଦା ପ୍ରସାଦ ନାୟକ, କଳିକେଶ ନାରାୟଣ ସିଂଦେଓ, ମନୋହର ରନ୍ଧାରୀ, ବିଭୁତି ବଳବନ୍ତରାୟ, ଦେବେଶ ଆଚାର୍ଯ୍ୟ, ସୁଧୀର କୁମାର ସାମିଲ, ସ୍ନେହାଙ୍ଗିନୀ ଛୁରିଆ, ରମେଶ ଚନ୍ଦ୍ର ମାଝୀ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ରସାରଥୀ ବେହେରା, ରାଜେନ୍ଦ୍ର କୁମାର ସାହୁ, ରାଜେଶ୍ୱରୀ ପାଣିଗ୍ରାହୀ, ବ୍ରଜ କିଶୋର ପ୍ରଧାନ, ବିକ୍ରମ କୁମାର ପଣ୍ଡା, ପ୍ରଦୀପ ମାଝୀ, ଆକାଶ ଦାସନାୟକ, ଅଳକା ମହାନ୍ତି, ଶ୍ରୀମୟୀ ମିଶ୍ର, ଅରବିନ୍ଦ ରାୟ ଓ ସତ୍ୟବ୍ରତ ତ୍ରିପାଠୀ ତାଲିକାରେ ରହିଛନ୍ତି ।

 

Show More

Related Articles

Back to top button