ଦେଶ ବିଦେଶସ୍ୱତନ୍ତ୍ର

ପାକିସ୍ତାନ ସରକାରଙ୍କ ଟ୍ବିଟର ଆକାଉଣ୍ଟ ଭାରତରେ ବ୍ୟାନ

ଭାରତରେ ବ୍ୟାନ ହେଲା ପାକିସ୍ତାନ ସରକାରଙ୍କ ଟ୍ବିଟର ଆକାଉଣ୍ଟ । ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ୫ ବର୍ଷ ଲାଗି ବ୍ୟାନ ଲଗାଯିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ପୂର୍ବରୁ ମଧ୍ୟ ବିଭିନ୍ନ କାରଣରୁ ପାକ୍ ସରକାରଙ୍କ ଆକାଉଣ୍ଟ ବ୍ୟାନ ହୋଇଥିଲା ।

ଭାରତ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଦେଶୀ ଲିଙ୍କ, ଦେଶବିରୋଧୀ କାର୍ଯ୍ୟକଳାପ ଲାଗି ପିଏଫଆଇର ବିଭିନ୍ନ କାର୍ଯ୍ୟାଳୟ ଉପରେ ରେଡ କରିଥିଲା ଇଡି ଓ ଏନଆଇଏ । ଆଇନଗତ ଆବଶ୍ୟକତା ଓ ନିରାପତ୍ତା କାରଣରୁ ପାକ୍ ସରକାରଙ୍କ ଆକାଉଣ୍ଟକୁ ବ୍ୟାନ କରାଯାଇଛି ।ମାତ୍ର ପରେ ଏହା ଉପରୁ ନିଷେଧାଦେଶ ହଟାଯାଇଥିଲା ।

ତେବେ ଗତ ଜୁନରେ ଟ୍ବିଟର ଜାତିସଂଘ, ତୁର୍କୀ, ଇରାନ ଓ ଇଜିପ୍ଟସ୍ଥିତ ପାକିସ୍ତାନ ଦୂତାବାସର ଆକାଉଣ୍ଟକୁ ବ୍ୟାନ କରିଥିଲା । ପୂର୍ବରୁ ଗତ ଅଗଷ୍ଟରେ ପାକିସ୍ତାନରୁ ଅପରେଟ ହେଉଥିବା ୮ଟି ୟୁଟ୍ୟୁବ ଚାନେଲକୁ ନିଷିଦ୍ଧ କରିଥିଲା ଭାରତ । ଭାରତ ବିରୋଧରେ ପ୍ରୋପାଗଣ୍ଡା କରୁଥିବା ଦୃଷ୍ଟିରୁ ବର୍ତ୍ତମାନ ସୁଦ୍ଧା ଭାରତ ୧୦୦ଟି ୟୁଟ୍ୟୁବ ଚାନେଲ, ୪ଟି ଫେସବୁକ ପେଜ, ୫ଟି ଟ୍ବିଟର ଆକାଉଣ୍ଟକୁ ନିଷିଦ୍ଧ କରିଛି ଭାରତ ।

Show More

Related Articles

Back to top button