
ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପହଞ୍ଚିଲା ପାକିସ୍ତାନ । ଟି୨୦ ବିଶ୍ୱକପରେ ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଛି ପାକିସ୍ତାନ । ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଦଳକୁ ଏବେ ବିଶ୍ୱକପ ସେମି ଫାଇନାଲରୁ ଘରକୁ ଫେରିବାକୁ ପଡିବ । କାରଣ ନ୍ୟୁଜିଲାଣ୍ଡ ଦଳର ଫାଇନାଲ ଖେଳିବା ଆଶାକୁ ମଉଲେଇଛି ପାକିସ୍ଥାନ ।
ପାକିସ୍ତାନ ଆଗରେ ୧୫୩ ରନର ଟାର୍ଗେଟ ଥିଲା । ପ୍ରଥମେ ବ୍ୟାଟିଂ କରି ଚାରି ୱିକେଟ ହରାଇ ୧୫୨ ରନ୍ କରିଥିଲା ନ୍ୟୁଜିଲାଣ୍ଡ । ଡାରୀ ମିଚେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାରି ବଳରେ ୧୫୨ ରନ୍ କରିଥିଲା ନ୍ୟୁଜିଲାଣ୍ଡ । ଅଧିନାୟକ କେନ ୱିଲିୟମସନ ୪୬ ରନ୍ କରିଥିଲେ । ପାକିସ୍ତାନ ପକ୍ଷରୁ ସାହିନ ଆଫ୍ରିଦ ସର୍ବାଧିକ ୨ଟି ୱିକେଟ ନେଇଥିଲେ । ମହମ୍ମଦ ନୱାଜ ନେଇଥିଲେ ଗୋଟିଏ ୱିକେଟ୍ ।