ଅପରାଧଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

କେବେ ସୁଧୁରିବ ପାକିସ୍ଥାନ,ଭାରତ ଆକାଶରେ ପୁଣି ଉଡିଲା ପାକିସ୍ତାନୀ ଡ୍ରୋନ୍‌

କେବେ ସୁଧୁରିବ ପାକିସ୍ଥାନ । ବାରମ୍ବାର ସାମ୍ନାକୁ ଆସୁଛି ଭାରତ ସୀମାର ପାକିସ୍ତାନ ପାର୍ଶ୍ୱରୁ ଡ୍ରୋନ୍ ଆସିଥିବା ଘଟଣା । ଯାହା ଫଳରେ ଭାରତରେ ସ୍ମଗଲରଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଦେଶରେ ଡ୍ରଗ୍ସ ଚୋରା ଚାଲାଣକାରୀ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀ ବୃଦ୍ଧି ପାଉଛି । ତେବେ ଆଜି ମଧ୍ୟ ସକାଳ ସମୟରେ ଜମ୍ମୁ କାଶ୍ମୀରର ସମ୍ବା ଜିଲ୍ଲାର ଅନ୍ତର୍ଜାତୀୟ ସୀମାରେ ଏକ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍‌ ଉଡୁଥିବା ଦେଖିବାକୁ ମିଳିଥିଲା । ଏନେଇ ସୂଚନା ଦେଇଛି ସୀମା ସୁରକ୍ଷା ବଳ ।

ସୀମା ସୁରକ୍ଷା ବଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ”ସାମ୍ବା ଜିଲ୍ଲାର ଆନ୍ତର୍ଜାତୀୟ ସୀମା ନିକଟର ସାରଥୀ କାଲାନ ଗ୍ରାମରେ ସନ୍ଦିଗ୍ଧ ଡ୍ରୋନ୍‌ ଉଡୁଥିବା ଦେଖିବାକୁ ମିଳିଛି । ରେଗାଲ୍ ସୀମା ଆଉଟପୋଷ୍ଟ ନିକଟରେ ଏହା ଉଡୁଥିଲା, ଏହି ସ୍ଥାନରେ ଅତିତରେ ପାକିସ୍ତାନ ଡ୍ରେନ ଦ୍ବାରା ଅସ୍ତ୍ରଶସ୍ତ୍ର ପକାଇବାକୁ ଅନେକ ଚେଷ୍ଟା କରିଥିଲା । ସନ୍ଦିଗ୍ଧ ଡ୍ରେନ ନଜରକୁ ଆସିବା ପରେ ସୀମା ସୁରକ୍ଷା ବଳ ତରଫରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।’’

 

Show More

Related Articles

Back to top button