ନୂଆଦିଲ୍ଲୀ: ସହି ପାରିଲେନି ପାକିସ୍ତାନର ପରାଜୟ । ଏସିଆ କପ୍ରେ ଶ୍ରୀଲଙ୍କା ଠାରୁ ପାକସ୍ତାନ ହାରିବା ପରେ ରାଗିଗଲେ ପାକିସ୍ତାନ କ୍ରିକେଟ ବୋର୍ଡର ସଭାପତି ରମିଜ ରାଜା। ସାମ୍ବାଦିକଙ୍କ ପ୍ରଶ୍ନରେ ରାଗିଗଲେ ରମିଜ ରାଜା। ରାଗରେ ସାମ୍ବାଦିକଙ୍କୁ କଲେ ଦୁର୍ବ୍ୟବହାର। ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତକାଲି ଏସିଆ କପ୍ର ଫାଇନାଲ ମୁକାବିଲା ହୋଇଥିଲା। ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା ଏହି ମ୍ୟାଚ୍। ଏଥିରେ ପାକିସ୍ତାନକୁ ୨୩ ରନରେ ପରାସ୍ତ କରି ଷଷ୍ଠ ଥର ପାଇ ଟାଇଟଲ୍ ହାତେଇଛି ଶ୍ରୀଲଙ୍କା। ପାକିସ୍ତାନର ପରାଜୟ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ସଭାପତି ରମିଜ ରାଜା ଷ୍ଟାଡିୟମ ବାହାରେ କିଛି ସାମ୍ବାଦିକଙ୍କ ସହ କଥା ହୋଇଥିଲେ। ଭାରତୀୟ ସାମ୍ବାଦିକମାନେ ପାକିସ୍ତାନର ପରାଜୟରେ ସେ ଦୁଃଖି କି ବୋଲି ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନ ଶୁଣି ସେ ଅତ୍ୟନ୍ତ ରାଗିଯାଇଥିଲେ। ସମସ୍ତଙ୍କ ଅଗରେ ସାମ୍ବାଦିକଙ୍କୁ ଗାଳିଗୁଲଜ କରିଥିଲେ। ମ୍ୟାଚ୍ ପରେ ଯେତେବେଳେ ଭାରତୀୟ ସାମ୍ବାଦିକ ରମିଜ ରାଜାଙ୍କୁ ପଚାରିଥିଲେ ଯେ ପାକିସ୍ତାନ ଜନସାଧାରଣଙ୍କୁ କିଛି କହିବେ କି ଆପଣ? ଏହା ଶୁଣିବା ପରେ ରାଗି ଯାଇଥିଲେ ରମିଜ ରାଜା। ସେ ଏହି ପ୍ରଶ୍ନ ଉପରେ ଶୁଣିବା ପରେ ସମସ୍ତଙ୍କ ସାମ୍ନାରେ ସାମ୍ବାଦିକଙ୍କ ଫୋନ ଟାଣି ଆଣିଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶିଆଲ ମିଡିଆରେ ଜୋରସୋର୍ରେ ଭାଇରାଲ ହେବାରେ ଲାଗିଛି।