Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ସାଇକେଲରେ ବୁଲି ବୁଲି ପ୍ରଚାର କରୁଛନ୍ତି ବିଜେଡି ପାଇଁ ହୃଷିକେଶ
ବିଜେଡି ପାଇଁ ସାଇକେଲ୍ରେ ବୁଲି ବୁଲି ପ୍ରଚାର କରୁଛନ୍ତି ହୃଷିକେଶ ପଣ୍ଡା ।

ବିଜେଡି ପାଇଁ ସାଇକେଲ୍ରେ ବୁଲି ବୁଲି ପ୍ରଚାର କରୁଛନ୍ତି ହୃଷିକେଶ ପଣ୍ଡା । ବିଜୁ ଜନତା ଦଳର ନିର୍ବାଚନ ହେଉ କି ଦଳୀୟ ସଭା ସମିତି ହେଉ । କେତେ ଭଲପାଉଛନ୍ତି ସେ ବିଜୁ ଜନତା ଦଳକୁ । ନିଜର ସମସ୍ତ କାମ ଛାଡି ସେହି ସ୍ଥାନରେ ପହଞ୍ଚିଯାନ୍ତି ହୃଷିକେଶ ପଣ୍ଡା । ସୋନପୁର ଜିଲ୍ଲା ବିନିକା ବ୍ଲକ ଭଣ୍ଡାର ଗାଁରେ ହୃଷିକେଶ ପଣ୍ଡା ଦଳ ପାଇଁ ଏପରି କରୁଛନ୍ତି। ସୂଚନା ଅନୁଯାୟୀ, ବିଜୁ ଜନତା ଦଳକୁ ଭଲ ପାଉଥିବା ତଥା ମୁଖ୍ୟମନ୍ତ୍ରୀଙ୍କର ଜଣେ ବହୁତ ବଡ଼ ଫ୍ୟାନ୍ । ସୋନପୁର ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀ ଯେଉଁଠି ବିଜୁ ଜନତା ଦଳର କାର୍ଯ୍ୟକ୍ରମ ହୋଇଥାଏ । ସେହି ସ୍ଥାନରେ ସେ ଉପସ୍ଥିତ ରହିଥାଆନ୍ତି l ଜିଲ୍ଲାର ଯେକୌଣସି ସ୍ଥାନରେ ବିଜେଡି ପକ୍ଷରୁ କାର୍ଯ୍ୟକ୍ରମ ହୁଏ, ସେ ସେହି ସ୍ଥାନକୁ ସାଇକେଲରେ ଯାଇ ପହଞ୍ଚି ଯାଇଥାନ୍ତି l ଏଥିରୁ ଯାହା ଜଣାପଡୁଛି ସେ ବିଜୁ ଜନତା ଦଳକୁ ବହୁତ ଭଲପାଉଛନ୍ତି, ଆଉ ବହୁତ ସମ୍ମାନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବହୁତ ବଡ ଫ୍ୟାନ୍ ସେ ।