Breaking PLUSଦେଶମୁଖ୍ୟ ଖବର

ବୁଧବାର ଯାଏ ସଂସଦ ମୁଲତବୀ

ନୂଆଦିଲ୍ଲୀ- ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଅଚଳାବସ୍ଥା । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଉଭୟ ଗୃହକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ସୋମବାର ଲୋକସଭା ଓ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି। ଉଭୟ ଗୃହରେ ଆମେରିକାରେ ଗୌତମ ଆଦାନୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଏବଂ ଉତ୍ତରପ୍ରଦେଶର ସମ୍ଭଲରେ ଘଟିଥିବା ହିଂସା ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରାଯାଇଥିଲା। ଏହି ସମୟରେ ବିରୋଧୀ ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଶେଷରେ ଉଭୟ ଗୃହ ବୁଧବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

Show More

Related Articles

Back to top button