Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର
୮ଟି ସଂସଦୀୟ ଷ୍ଟାଣ୍ଡିଂ କମିଟିର ପୁର୍ନଗଠନ

() ୮ଟି ସଂସଦୀୟ ଷ୍ଟାଣ୍ଡିଂ କମିଟିର ପୁର୍ନଗଠନ କଲେ ରାଜ୍ୟସଭା ଅଧ୍ୟକ୍ଷ । ଲୋକସଭା ବାଚସ୍ପତିଙ୍କ ସହ ପରାମର୍ଶ କରି ପୁର୍ନଗଠନ କରାଯାଇଛି । ଗୃହ ବିଭାଗ ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସ୍ଥାନ ପାଇଲେ ପି. ଚିଦାମ୍ବରମ୍ । କଂଗ୍ରେସର ପି. ଭଟ୍ଟାଚାର୍ଯ୍ୟଙ୍କ କାର୍ଯ୍ୟକାଳ ସରିଥିବାରୁ ଚିଦାମ୍ବରମ ସାମିଲ ହୋଇଛନ୍ତି । ସେହିପରି ପୂର୍ବରୁ କଂଗ୍ରେସର ଅଧିର ରଂଜନ ଚୌଧୁରୀ ମଧ୍ୟ ଗୃହ କମିଟିରେ ଅଛନ୍ତି । IPCରେ ସଂଶୋଧନ ପ୍ରସ୍ତାବ ଆସିଥିବାରୁ ଗୃହ କମିଟିର ଗୁରୁତ୍ବ ବଢ଼ିଛି । ଜୟରାମ ରମେଶ ବିଜ୍ଞାନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ କମିଟି ଅଧ୍ୟକ୍ଷ ଅଛନ୍ତି । ୨୪ଟି ସଂସଦୀୟ ଷ୍ଟାଣ୍ଡିଂ କମିଟି ରହିଛି; ପ୍ରତି କମିଟିରେ ୩୧ ସଦସ୍ୟ ରହିଥିବା ବେଳେ ପ୍ରତି ଷ୍ଟାଣ୍ଡିଂ କମିଟିରେ ଲୋକସଭାର ୨୧, ରାଜ୍ୟସଭାର ୧୦ ସଦସ୍ୟ ଅଛନ୍ତି ।