Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଜେଲ ଗଲେ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ

କୋଲକାତା: ଗିରଫ ତୃଣମୂଳ କଂଗ୍ରେସ ନେତା ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ସ୍କୁଲ ସର୍ଭିସ କମିଶନ ନିଯୁକ୍ତି ଦୁର୍ନୀତି ମାମଲାରେ ୧୪ ଦିନ ପାଇଁ ଜେଲ ପଠାଯାଇଛି। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮ରେ ହେବ। ଇଡି ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଆଉ ୧୪ ଦିନିଆ ହେପାଜତରେ ନେବାକୁ ଚାହୁଁଥିଲେ। ତଦନ୍ତ ଏଜେନ୍‌ସି ଇଡିର ଓକିଲ କହଥିଲେ ଯେ, ଏହି ମାମଲାରେ ନୂତନ ଅନୁସନ୍ଧାନକୁ ନେଇ ସେମାନେ ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରିବାର ଆବଶ୍ୟକତା ଅଛି। ତେବେ, ମନି ଲଣ୍ଡରିଂ ବିରୋଧୀ ସ୍ୱତନ୍ତ୍ର ଅଦାଲତର ବିଚାରପତି ଜୀବନ କୁମାର ସାଧୁ ଏହି ମାମଲାର ସମସ୍ତ ପକ୍ଷଙ୍କ ଶୁଣାଣି ପରେ ଆଦେଶ ସଂରକ୍ଷିତ ରଖିବାରୁ ଉଭୟ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇ ଦିଆଯାଇଥିଲା। ଜୁଲାଇ ୨୩ରେ ଗିରଫ ହେବା ପରଠାରୁ ଉଭୟ ଅଭିଯୁକ୍ତ ଇଡିର ରିମାଣ୍ଡରେ ଥିଲେ। ଇଡି ଦାବି କରିଛି ଯେ ପାର୍ଥ ଚାଟାର୍ଜୀ ହେପାଜତରେ ଥିବା ୧୫ଦିନ ମଧ୍ୟରୁ ଡାକ୍ତରଖାନାରେ ଆଡମିସନ ହେତୁ ଅତି କମରେ ଦୁଇ ଦିନ ନଷ୍ଟ ହୋଇ ଯାଇଥିଲା।

 

Show More

Related Articles

Back to top button