Breaking PLUSଓଡ଼ିଶାମୁଖ୍ୟ ଖବର

ବାତ୍ୟା ପ୍ରସ୍ତୁତି- ଆଜି ସନ୍ଧ୍ୟା ସୁଦ୍ଧା ଶେଷ ହେବ ସ୍ଥାନାନ୍ତର

ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟା ‘ମନ୍ଥା’ର ମୁକାବିଲା ପାଇଁ ଉଭୟ ସରକାର ଓ ଜନସାଧାରଣ ପ୍ରସ୍ତୁତି ଚଳାଇଛନ୍ତି। ବାତ୍ୟା ପରିପ୍ରେକ୍ଷୀରେ ରାଜ୍ୟ ସରକାର ବିଭିନ୍ନ ବିଭାଗକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି)ଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଜଳ ସମ୍ପଦ ବିଭାଗ ୧୪ଟି ଜିଲାରେ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରି ସତର୍କ ଓ ପ୍ରସ୍ତୁତ ରହିବାକୁ କହିଛି। ୯ଟି ଜିଲା ପ୍ରଶାସନିକ କର୍ମଚାରୀଙ୍କ ଛୁଟି ବାତିଲ କରିଛି। କୋରାପୁଟ, ମାଲକାନଗିରି, ଗଞ୍ଜାମ ଏବଂ ଗଜପତି ଜିଲା ପ୍ରଶାସନ ୩୦ତାରିଖ ପର୍ଯ୍ୟନ୍ତ ଅଙ୍ଗନବାଡ଼ି, ବିଦ୍ୟାଳୟ ଛୁଟି ଘୋଷଣା ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରିଛି। ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକରେ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ଦଳ ନିୟୋଜିତ ହୋଇଥିବା ବେଳେ ସୋମବାର ସନ୍ଧ୍ୟା ୫ଟା ସୁଦ୍ଧା ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କାମ ଶେଷ କରିବା ପାଇଁ ଜିଲାପାଳମାନଙ୍କୁ ଏସ୍‌ଆରସି ନିର୍ଦେଶ ଦେଇଛନ୍ତି।

Show More

Related Articles

Back to top button