Breaking PLUSଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ହେଲା ପରିବର୍ତ୍ତନ

ଜାଣନ୍ତୁ କେଉଁ ସ୍ଥାନରେ କେତେ ରହିଛି ମୁଲ୍ୟ

ନୂଆଦିଲ୍ଲୀ :ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ଶୁକ୍ରବାର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନେ ପେଟ୍ରୋଲ-ଡିଜେଲ୍ ଦାମରେ ପରିବର୍ତ୍ତନ କରିଦେଇଛନ୍ତି । ଦିଲ୍ଲୀ, ମୁମ୍ବାଇ ଭଳି ମହାନଗରରେ ଯଦିଓ ହୋଇନି କିନ୍ତୁ ୟୁପି, ବିହାର, ରାଜସ୍ଥାନ ଭଳି ରାଜ୍ୟର ରାଜଧାନୀରେ ପେଟ୍ରୋଲ-ଡିଜେଲ୍ ଦାମରେ ପରିବର୍ତ୍ତନ କରାଯାଇଛି ।

ଦେଶର ୪ଟି ମହାନଗରରେ ତୈଳ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।  ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ଏବେ ସବୁଠାରୁ ଅଧିକ ଅର୍ଥାତ୍ ୧୧୦ ଟଙ୍କା ପ୍ରତି ଲିଟର ଛୁଇଁଛି । ଗ୍ଲୋବାଲ୍ ମାର୍କେଟରେ କ୍ରୁଡର ଦାମରେ ହ୍ରାସ ଦେଖିବାକୁ ମିଳିଛି କିନ୍ତୁ ଘରୋଇ ବଜାରରେ ଖୁଚୁରା ମୁଲ୍ୟ ଗତ ୪ ମାସରୁ ସ୍ଥିର ଅଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ୯୫.୪୧ ଟଙ୍କା ଏବଂ ଡିଜେଲ୍ ୮୬.୬୭ ଟଙ୍କା ପ୍ରତି ଲିଟର ରହିଛି । ମୁମ୍ବାଇରେ ପେଟ୍ରୋଲ ୧୦୯.୯୮ ଟଙ୍କା ଏବଂ ଡିଜେଲ୍ ୯୪.୧୪ ଟଙ୍କା ପ୍ରତି ଲିଟର, ଚେନ୍ନାଇରେ ପେଟ୍ରୋଲ ୧୦୧.୪୦ ଟଙ୍କା ଏବଂ ଡିଜେଲ୍ ୯୧.୪୩ ଟଙ୍କା ପ୍ରତି ଲିଟର, କୋଲକାତାରେ ପେଟ୍ରୋଲ ୧୦୪.୬୭ ଟଙ୍କା ଏବଂ ଡିଜେଲ୍ ୮୯.୭୯ ଟଙ୍କା ପ୍ରତି ଲିଟର ରହିଛି ।

ନୋଏଡାରେ ପେଟ୍ରୋଲ ୯୫.୬୪ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ୍ ୮୭.୧୪ ଟଙ୍କା ପ୍ରତି ଲିଟର ରହିଛି , ଗୁରୁଗ୍ରାମରେ ପେଟ୍ରୋଲ ୯୫.୫୨ ଟଙ୍କା ଏବଂ ଡିଜେଲ୍ ୮୬.୭୪ ଟଙ୍କା ପ୍ରତି ଲିଟର,ଲକ୍ଷ୍ନୌରେ ପେଟ୍ରୋଲ ୯୫.୧୩ ଟଙ୍କା ଏବଂ ଡିଜେଲ୍ ୮୬.୬୭ ଟଙ୍କା ପ୍ରତି ଲିଟର,ଜୟପୁରରେ ପେଟ୍ରୋଲ ୧୦୮.୦୭ ଟଙ୍କା ଏବଂ ଡିଜେଲ୍ ୯୧.୬୧ ଟଙ୍କା ପ୍ରତି ଲିଟର,ପାଟଣାରେ ପେଟ୍ରୋଲ ୧୦୬.୪୪ ଟଙ୍କା ଏବଂ ଡିଜେଲ୍ ୯୧.୫୯ ଟଙ୍କା ପ୍ରତି ଲିଟର । ଏହି ଚାରୋଟି ସହରରେ ମୁଖ୍ୟତଃ ପେଟ୍ରୋଲ ଏବଂ ଡିଜେଲ୍ ଦାମ୍ ରେ ପରିବର୍ତ୍ତନ କରାଯାଇଛି ।

ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ ଦାମରେ ପରିବର୍ତ୍ତନ ହୋଇଥାଏ । ସକାଳ ୬ଟାରେ ନୂଆ ରେଟ୍ ଲାଗୁ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ଏକ୍ସସାଇଜ୍ ଡ୍ୟୁଟି, ଡିଲର କମିଶନ, ଭ୍ୟାଟ୍ ଏବଂ ଅନ୍ୟ ସବୁ ଯୋଡିବା ପରେ ଏହାର ଦାମ୍ ମୂଳ ଦାମରୁ ପ୍ରାୟ ୨ ଗୁଣା ହୋଇଯାଏ ।

ଆପଣ SMS ମାଧ୍ୟମରେ ଘରେ ବସି ମଧ୍ୟ ପେଟ୍ରୋଲ ଡିଜେଲର ଦୈନିକ ଦାମ୍ ବିଷୟରେ ଜାଣିପାରିବେ । ଇଣ୍ଡିଆନ୍ ଅଏଲର କଷ୍ଟମର RSP ଲେଖି ୯୨୨୪୯୯୨୨୪୯ ନମ୍ବର ଏବଂ ବିପିସିଏଲ୍ କଷ୍ଟମର RSP ଲେଖି ୯୨୨୩୧୧୨୨୨୨ ନମ୍ବରରେ ମେସେଜ୍ ପଠାଇ ସୂଚନା ହାସଲ କରିପାରିବେ । ସେହିଭଳି ଏଚପିସିଏଲ୍ ଉପଭୋକ୍ତା HPPrice ଲେଖି ୯୨୨୨୨୦୧୧୨୨ ନମ୍ବରରେ ମେସେଜ୍ ପଠାଇ ମଧ୍ୟ ମୂଲ୍ୟ ଜାଣି ପାରିବେ ।

Show More

Related Articles

Back to top button