Breaking PLUSଓଡ଼ିଶାଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତି

ନିର୍ବାଚନ ପରେ ମହଙ୍ଗା ପଡିବ ପେଟ୍ରୋଲ୍ ଓ ଡିଜେଲ ଦର

ନିର୍ବାଚନ ପରେ ପେଟ୍ରୋଲ୍ ଓ ଡିଜେଲର ଦାମ୍ ପୁଣି ମହଙ୍ଗା ପଡିପାରେ

ନୂଆଦିଲ୍ଲୀ: ନିର୍ବାଚନ ପରେ ପେଟ୍ରୋଲ୍ ଓ ଡିଜେଲର ଦାମ୍ ପୁଣି ମହଙ୍ଗା ପଡିପାରେ । ବର୍ତ୍ତମାନ  ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଦରଦାମ୍ ବୃଦ୍ଧିକୁ ଅଟକ ରଖାଯାଇଛି । ନିର୍ବାଚନ ଶେଷ ହେବାପରେ ପେଟ୍ରୋଲ୍ ଓ ଡିଜେଲର ଦାମ୍‌ ପୁଣି ବଢ଼ିବପାରେ । ପୁଣିଥରେ ତୈଳ ଦାମକୁ ନେଇ ହନ୍ତସନ୍ତ ହେବେ ସାଧାରଣ ଲୋକେ । ପେଟ୍ରୋଲ ଡିଜେଲ ଦର ବୃଦ୍ଧିର ମୁଖ୍ୟ କାରଣ ହେଉଛି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରିଲ ପିଛା ଦାମ୍ ୯୩ ଡଲାର ହୋଇଯାଇଛି । ଦୁଇ ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ରୁଷିଆ ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାରୁ ଏହାର ପ୍ରଭାବ ସିଧାସଳଖ ତୈଳ ବଜାର ଉପରେ ପଡ଼ୁଛି ଓ ତୈଳ ଯୋଗାଣ ହ୍ରାସ ପାଇବାରେ ଲାଗିଛି । ତେଣୁ ତେଲ କଂପାନିଗୁଡ଼ିକ କମ୍ ଦାମ୍‌ରେ ତେଲ ବିକି ଏବେ ଯେଉଁ କ୍ଷତି ସହୁଛନ୍ତି ତାହାକୁ ସେମାନେ ଦରବୃଦ୍ଧି ଜରିଆରେ ଭରଣା କରିବାକୁ ପ୍ରୟାସ କରିବେ  ।

ସାରା ବିଶ୍ୱରେ କରୋନାର ଓମିକ୍ରନ ଭାରିଆଣ୍ଟ୍‌ ବ୍ୟାପିବା ପରେ ତୈଳ ଚାହିଦା ହଠାତ୍ ହ୍ରାସ ପାଇଥିଲା। ଫଳରେ ୨୦୨୧ ଡିସେମ୍ବର ୧ରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୬୯ ଡଲାରକୁ ଖସିଯାଇଥିଲା। ଏହାପୂର୍ବରୁ ୨୦୨୧ ନଭେମ୍ବର ୪ରେ ଏହାର ଦାମ୍ ୮୪ ଡଲାର ଭଳି ଉଚ୍ଚ ସ୍ତରରେ ଥିଲା। ଗତବର୍ଷ ନଭେମ୍ବର ୪ ପରେ ଅଶୋଧିତ ତୈଳ ଦାମ୍ ବ୍ୟାରେଲ ପିଛା ୧୨ ଡଲାର ବଢ଼ିଛି । ଏବେ ତାହା ୯୩ ଡଲାରରେ ପହଞ୍ଚିଛି ।  ଯଦି ଅଶୋଧିତ ତୈଳ ଦାମ୍ ଏଭଳି ଭାବରେ ଉଚ୍ଚ ସ୍ତରରେ ବଜାୟ ରହିବ ତେବେ ନିର୍ବାଚନ ଶେଷ ହେବା ମାତ୍ରେ ଗ୍ରାହକଙ୍କୁ ଦରବୃଦ୍ଧିର ଝଟକା ଲାଗିବ ।

Show More

Related Articles

Back to top button