ବାଣିଜ୍ୟ

ଲିଟର ପ୍ରତି ୧୫ ଟଙ୍କା ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର

ଅଟା ହେବ ଆକାଶ ଛୁଆଁ, ମାସକରେ ଏତିକି ବଢ଼ିଲାଣି ଖାଇବା ତେଲ ଦାମ

ଲଗାତର ଦୁଇ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦରରେ ୮୦ ପଇସା ଲେଖାଏ ବୃଦ୍ଧି ପାଇବା ପରେ ଆଜି ତୈଳ ଦର ସ୍ଥିର ରହିଛି। କିନ୍ତୁ ଆଗକୁ ତୈଳ ଦର ଆହୁରି ବୃଦ୍ଧି ହେବ ବୋଲି ଆଶଙ୍କା କରାଯାଉଛି। କାରଣ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରଲ ପ୍ରତି ୧୨୦ ଡଲାରରେ ପହଞ୍ଚିଛି। ଏଭଳି ମୂଲ୍ୟ ବୃଦ୍ଧିକୁ ଦେଖିଲେ ଆଗାମୀ ଦିନରେ ତଲ ଦର ଲିଟର ପିଛା ୧୫ ଟଙ୍କା ବଢ଼ିପାରେ ବୋଲି କୁହାଯାଉଛି। ନିକଟରେ ସରିଥିବା ୫ ରାଜ୍ୟର ନିର୍ବାଚନ ପୂର୍ବରୁ ତେଲ ଦର ବୃଦ୍ଧି କରୁନଥିଲେ ତୈଳ କମ୍ପାନୀ। ହେଲେ ଏବେ ନିର୍ବାଚନ ସରିବା ପରେ ତୈଳ ଦର ବଢ଼ିବାରେ ଲାଗିଛି। ବର୍ଦ୍ଧିତ ଦରର ଗତିରେ ୧୩୭ ଦିନ ବ୍ରେକ୍‌ ଲାଗିବା ପରେ ମାର୍ଚ୍ଚ ୨୨ ଓ ୨୩ ତାରିଖରେ ୮୦ ପଇସା ଲେଖାଏ ମୂଲ୍ୟ ବଢ଼ିଛି। ତେବେ ଆପଣ ଯଦି ସିଧା ସଳକ ପେଟ୍ରୋଲ କିମ୍ବା ଡିଜେଲ କିଣୁ ନାହାଁନ୍ତି ତିବେ ବି ଆପଣଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ। କାରଣ ତୈଳ ଦର ବୃଦ୍ଧି ହେଲେ ସ୍ୱାଭାବିକ ଭାବେ ଅନ୍ୟସବୁ ସମାଗ୍ରୀର ଦର ବୃଦ୍ଧି ହେବ। ନିତିଦିନିଆ ସାମଗ୍ରୀ ଠାରୁ ଆରମ୍ଭ କରି ସବୁ ଜିନିଷର ହୁ ହୁ ହୋଇ ମୂଲ୍ୟ ବଢ଼ିବ।

ଏଥିରେ ସାଧାରଣ ଜନତା ନାନା ହନ୍ତସନ୍ତ ହେବେ। ଏପଟେ ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ବିଶ୍ୱ ବଜାରରେ ଏହି ଦୁଇଦେଶ ଉତ୍ପାଦନ କରୁଥିବା ସାମଗ୍ରୀର ଅଭାବ ଦେଖାଦେଇଛି। ଫଳରେ ଏସବୁ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ବିଶେଷକରି ଖାଇବା ତେଲ ଯଥା-ସୂର୍ଯ୍ୟମୁଖୀ ତେଲ, ପାମ ତେଲ, ସୋୟା ତେଲ, ବନସ୍ପତି ତେଲ, ବାଦାମ ତେଲ, ସୋରିଷ ତେଲ ଆଦି ମୂଲ୍ୟରେ ବୃଦ୍ଧି ହୋଇଛି। କେବଳ ସେତିକି ନୁହେଁ ଗହମ, ଅଟ୍ଟା ଓ ମକା ମୂଲ୍ୟରେ ବି ବୃଦ୍ଧି ଦେଖିବାକୁ ମିଳିଛି। ସେହିପରି ଖାଇବା ତେଲର ଦାମ ବି ବଢ଼ିବାରେ ଲାଗିଛି। ଦେଶରେ ମାସକ ଭିତରେ ସୂର୍ଯ୍ୟମୁଖୀ ତେଲର ମୂଲ୍ୟରେ ୧୯.୬%, ପାମ ତେଲ ୧୪.୬%, ସୋୟା ତେଲ ୧୧.୧%, ବନସ୍ପତି ତେଲ ୯.୮%, ବାଦାମ ତେଲ ୫.୩%, ଗହମ ୧.୩%, ଅଟା ୦.୯%, ଓ ସୋରିଷ ତେଲର ଦାମ ୦.୪% ବୃଦ୍ଧି ହୋଇଛି। ଏହା ବାଦ୍ ଫ୍ରିଜ୍ ଓ ଏସି ଭଳି ଇଲେକ୍ଟ୍ରୋନିକ ସାମଗ୍ରୀର ମୂଲ୍ୟ ବୃଦ୍ଧି କରିବାକୁ କମ୍ପାନୀଗୁଡ଼ିକ ଯୋଜନା କରୁଥିବା ସୂଚନା ମିଳିଛି।

Show More

Related Articles

Back to top button