ଓଡ଼ିଶାମୁଖ୍ୟ ଖବରଶିକ୍ଷା

ଆଜି ପ୍ରକାଶ ପାଇବ ପିଜି ପ୍ରଥମ ପର୍ଯ୍ୟାୟ ସିଟ ଆର୍ଲଟମେଣ୍ଟ ତାଲିକା

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଗୁଡିକରେ ପ୍ରଦାନ କରାଯାଉଥିବା ସ୍ନାତକୋତ୍ତର ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ଶେଷ ହୋଇଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟ ସିଟ ଆର୍ଲଟମେଣ୍ଟ ତାଲିକା ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ଏହି ତାଲିକା ପ୍ରକାଶ ପାଇବ ବୋଲି ସୂଚନାମିଳିଛି। ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଯେଉଁମାନଙ୍କ ସିଟ ଆର୍ଲଟମେଣ୍ଟ କରାଯିବ ସେମାନେ ୧୬ ଏବଂ ୧୭ ତାରିଖରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ଯାଇ ରିପୋର୍ଟିଂ କରିବା ସହ ନାମଲେଖାଇବେ। ୧୯ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଥିବା ପିଲାମାନେ ସ୍ଳାଇଡ ଅଫ କରିପାରିବେ। ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ସିଟ ଆର୍ଲଟମେଣ୍ଟ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୨୪ ଓ ୨୫ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ପିଲାମାନେ ନାମଲେଖିପାରିବେ।

Show More

Related Articles

Back to top button