ଓଡ଼ିଶାମୁଖ୍ୟ ଖବରଶିକ୍ଷା

ଆଜି ଦିନ ୨ଟା ରେ ପ୍ରକାଶ ପାଇବ ପିଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର,: ରାଜ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜଗୁଡିକରେ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଆଜି ଦିନ ୨ଟାରେ ପ୍ରକାଶ ପାଇବ। ଆସନ୍ତା ୨୪ ଓ ୨୫ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଥିବାବେଳେ ୨୬ ତାରିଖ ସଂଧ୍ୟା ୬ଟା ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟର ନାମଲେଖା ଡାଟା ଅପଡେଟ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ପରେ ଯଦି ସିଟ୍‍ ବଳକା ରହିଲା ତେବେ ୨୯ ତାରିଖ ଦିନ ସାମ୍ସ ୱେବସାଇଟରେ ଏହାର ତଥ୍ୟ ପ୍ରକାଶ ପାଇବ। ଅକ୍ଟୋବର ୧୦ ତାରିଖରେ ସ୍ପଟ୍‍ ମେଧା ତାଲିକା ପ୍ରକାଶ କରାଯିବ। ତେବେ ଏହି ପର୍ଯ୍ୟାୟରେ ଚୟନ ହେବାକୁ ଥିବା ଛାତ୍ରଛାତ୍ରୀ ଅକ୍ଟୋବର ୧୧ ଓ ୧୨ ତାରିଖରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବେ। ୧୪ ତାରିଖ ଦିନ ଚୁଡ଼ାନ୍ତ ସ୍ପଟ ମେଧା ତାଲିକା ପ୍ରକାଶ ପାଇବ। ସେମାନଙ୍କ ନାମଲେଖା ୧୫ ରୁ ୧୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Show More

Related Articles

Back to top button