ଦୁର୍ଘଟଣାମୁଖ୍ୟ ଖବର

ତୀର୍ଥଯାତ୍ରୀ ବସ୍-କାର ମୁହାମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

କେଶଦୁରାପାଳ: କେଶଦୁରାପାଳ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ତୀର୍ଥଯାତ୍ରୀ ବସ୍, କାର ଓ ହାୱା ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ହଂସପାଳ ଅଞ୍ଚଳରୁ ଏକ କାର ଠାକୁରମୁଣ୍ଡା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ କରଞ୍ଜିଆ ପଟୁ ଆସୁଥିବା ତାମିଲନାଡୁର ତୀର୍ଥଯାତ୍ରୀମାନଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିବା ବସ୍ ସହ ଗୋଡ଼ଭଙ୍ଗା ଘାଟି ନିକଟରେ ମୁହାମୁହିଁ ଧକ୍କା ହୋଇଥିଲା। ଧକ୍କାର ପ୍ରଭାବରେ କାରଟି ରାସ୍ତାରୁ ଛିଟିକି ପଡ଼ିଥିବା ବେଳେ ବସ୍‌ଟି ପଛରେ ଆସୁଥିବା ଏକ ହାୱାକୁ ମଧ୍ୟ ଧକ୍କା ଦେଇଥିଲା।

କାରରେ ଥିବା ୫ ଜଣଙ୍କ ମଧ୍ୟରୁ ବିଦେଶୀ କୁମାର ଦାସ (୬୦) ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମମତା ଦାସ (୫୦), ଦୁର୍ଗା ମାଧବ ଦାସ (୩୫) ଓ ଡ୍ରାଇଭର ହଲାନ ଖାଁ ଗୁରୁତର ଆହତ ହୋଇଥିଲେ।

ଘଟଣା ପରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ କରି ଆହତମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ମମତା ଦାସ ଓ ଦୁର୍ଗା ମାଧବ ଦାସଙ୍କୁ ଅଧିକ ଚିକିତ୍ସା ପାଇଁ କଟକକୁ ସ୍ଥାନାନ୍ତର କରାଯାଇଛି।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣାର ସଠିକ୍ କାରଣ ଖୋଜାଯାଉଛି।

Show More

Related Articles

Back to top button