Breaking PLUSଆଇନ କାନୁନଜୀବନଚର୍ଯ୍ୟାଦେଶମୁଖ୍ୟ ଖବର

କଟକ ଡିସିପି ଭାବରେ ନିଜର ଦାୟିତ୍ୱ ଗ୍ରହଣ କଲେ ପିନାକ ମିଶ୍ର

କଟକ ଡିସିପି ଭାବରେ ଦାଇତ୍ୱ ଗ୍ରହଣ କରିବା ପରେ ଶପଥ ନେଲେ ପିନାକ ମିଶ୍ର। ଦାୟିତ୍ୱ ଗ୍ରହଣ ପରେ ନୂଆ ଡିସିପି କହିଛନ୍ତି ଅପରାଧ ନିୟନ୍ତ୍ରଣ, ଭଲ ସଠିକ ତଦନ୍ତ ଓ ଦଣ୍ଡ ବିଧାନ ଉପରେ ନଜର ରଖିବି।ପାର୍ବଣ ପରିଚାଳନା ଉପରେ ବିଶେଷ ଦୃଷ୍ଟି ଦେବି। “ମୋ ସରକାର’ ଆଭିମୁଖ୍ୟକୁ ଆଗେଇ ନେବାକୁ ଧ୍ୟାନ ଦେବି।ଟ୍ରାଫିକ ସମସ୍ୟା ଉପରେ ବିଶେଷ ନଜର ରହିବ। ଅର୍ଥନୈତିକ ଅପରାଧ ଓ ସାଇବର କ୍ରାଇମ ଉପରେ ନଜର ଦିଆଯିବ। ଯେଉଁ ଥାନାରେ ଲୋକଶକ୍ତିର ଆବଶ୍ୟକତା ରହିଛି ସେ ନେଇ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ।ନକଲି ଓ ଅପମିଶ୍ରଣ ବିରୁଦ୍ଧରେ କଟକ ପୋଲିସର ଅଭିଯାନ ଜାରି ରହିବ। ରାଜ୍ୟର ସାଂସ୍କୃତିକ ରାଜଧାନୀର ଦାୟିତ୍ୱ ମତେ ଦେଇଥିବାରୁ ସରକାର ଓ ପୋଲିସ ବିଭାଗକୁ ଧନ୍ୟବାଦ ଜଣେଇଛନ୍ତି କଟକର ନୂଆ ଡିସିପି ।

Show More

Related Articles

Back to top button