
ଏହାମଧ୍ୟରେ ପ୍ରଥମେ ପୋଷ୍ଟାଲ ବାଲାଟ ପରେ ଇଭିଏମ ଗଣତି ଆରମ୍ଭ ହୋଇଛି । ପୋଷ୍ଟାଲ ଗଣତିରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଗରେ ଥିବା ସୂଚନା ମିଳିଥିଲା । ସେହିପରି ପ୍ରଥମ ରାଉଣ୍ଡରେ ମଧ୍ୟ ରୁଦ୍ର ମହାରଥୀ ଆଗୁଆ ରହିଛନ୍ତି ।
ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ର ୧୪୦୬ ଭୋଟରେ ଆଗୁଆ ରହିଛନ୍ତି । ସେ ଗୋଡିପଡା, ମାଟିଆପଡା, ରେଙ୍ଗଳରେ ଆଗୁଆ ରହିଛନ୍ତି । ତାଙ୍କୁ ୪୦୫୫ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୬୪୯ ଭୋଟ୍ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନଙ୍କୁ ୭୬୫ ଭୋଟ୍ ମିଳିଛି । ପରେ ଏହି ଟ୍ରେଣ୍ଟ୍ ବଦଳି ମଧ୍ୟପାରେ ।