ପୀତବାସ ହତ୍ୟା: ବିକ୍ରମଙ୍କ ବିପକ୍ଷରେ ୨୦୯ ଆଇନଜୀବୀଙ୍କ ପିଟିସନ ଦାଖଲ

ବ୍ରହ୍ମପୁର- ପୀତବାସ ହତ୍ୟା ମାମଲା, ବିକ୍ରମଙ୍କ ବିପକ୍ଷରେ ୨୦୯ ଆଇନଜୀବୀଙ୍କ ପିଟିସନ ଦାଖଲ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ ଓକିଲଙ୍କ ପିଟିସନ ଦାଖଲ । ବ୍ରହ୍ମପୁର SDJM କୋର୍ଟରେ ଅଦାଲତନାମା ଦାଖଲ କଲେ ଆଇନଜୀବୀ । ପୂର୍ବରୁ ୪୦ରୁ ଊର୍ଦ୍ଧ୍ବ ଓକିଲ ବିକ୍ରମଙ୍କ ସପକ୍ଷରେ ଅଦାଲତନାମା ଦାଖଲ କରିଥିଲେ । ଗତକାଲି ବିକ୍ରମଙ୍କ ଓକିଲଙ୍କ ପକ୍ଷରୁ ଏକ ପିଟିସନ ଦାଖଲ ହୋଇଥିଲା । ପୀତବାସଙ୍କ ହତ୍ୟାରେ ବିକ୍ରମଙ୍କ ସଂପୃକ୍ତି ନାହିଁ ଦର୍ଶାଇ ପିଟିସନ ଦାଖଲ ହୋଇଥିଲା । ଏହାକୁ ବିରୋଧ କରି ୨୦୯ ଆଇନଜୀବୀଙ୍କ ପିଟିସନ ଦାଖଲ ।
ଅନ୍ୟପଟେ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍ପିଙ୍କ ବୟାନ ପ୍ରସଙ୍ଗ । ବ୍ରହ୍ମପୁର ଏସ୍ପିଙ୍କ ପକ୍ଷରୁ ହାଇକୋର୍ଟରେ ଲିଖିତ ଜବାବ ଦାଖଲ । ବୟାନକୁ କାହିଁକି ଅଦାଲତ ଅବମାନନା ବିବେଚନା କରାଯିବନି ଜବାବ ଦାଖଲ । ସତ୍ୟପାଠ ଜରିଆରେ ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଆସନ୍ତା ୧୦ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ । ସେହିଦିନ ମାମଲାର ହେବ ପରବର୍ତ୍ତୀ ଶୁଣାଣି । ବିଧାୟକଙ୍କ ବିରୋଧରେ ଦାୟର ନିର୍ବାଚନୀ ମାମଲା ହତ୍ୟାର ମୁଖ୍ୟ କାରଣ କହିଥିଲେ । ମାମଲା ବିଚାରାଧୀନ ଥିବାବେଳେ ଏସ୍ପିଙ୍କ ବୟାନକୁ ନେଇ ଦେଖାଦେଇଥିଲା ବିବାଦ ।



