Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ +3 ନାମଲେଖା ପାଇଁ ଆବେଦନ

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷାବର୍ଷରେ ସ୍ନାତକ(+୩) ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ପାଠ ପଢ଼ାଯିବ। ନାମଲେଖା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ପ୍ରକାଶ ପାଇଛି। ଆଜିଠାରୁ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆଜି ଅପରାହ୍ଣ ୪ଟାରୁ ନାମଲେଖା ପାଇଁ ସାମ୍ସ ୱେବ୍‌ସାଇଟ୍‌ରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ମେ’ ୨୦ ଆବେଦନର ଅନ୍ତିମ ଅବଧି ରହିଛି। ମେ’ ୨୦ ରାତି ୧୧ଟା ୪୫ରେ ଆବେଦନ ଶେଷ ହେବ। ମେ’ ୨୧ ଏବଂ ୨୨ ଦୁଇଦିନ ଆବେଦନପତ୍ରକୁ ଏଡ଼ିଟ୍‌ କରିବାର ସୁଯୋଗ ମିଳିବ। +୨ ପରୀକ୍ଷା ଫଳ ପ୍ରକାଶ ପରେ ପରବର୍ତ୍ତୀ ସମୟରେ ମାର୍କସିଟ୍‌ ଦାଖଲ, ମେଧା ତାଲିକା ସହ ଅନ୍ୟ ତାରିଖ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯିବ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button