Breaking PLUSଓଡ଼ିଶାମୁଖ୍ୟ ଖବର
ଫେବ୍ରୁଆରୀ ୧୮ରୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, 20 ନଭେମ୍ବର – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା-୨୦୨୫ ଆସନ୍ତା ଫେବ୍ରୁଆରିରୁ ଆରମ୍ଭ ହେବ ବୋଲି କୁହାଯାଇଛି। ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ଫେବ୍ରୁଆରି ୧୮ ତାରିଖ ଠାରୁ ୨୭ ତାରିଖ ଯାଏଁ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହେବ। ଫେବ୍ରୁଆରି ୧୮ ତାରିଖ ଦିନ ବିଜ୍ଞାନ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଆରମ୍ଭ ହେବ। ସେହିପରି ଫେବ୍ରୁଆରି ୧୯ ତାରିଖ ଠାରୁ କଳା ଓ ବାଣିଜ୍ୟର ଥିଓରି ପରୀକ୍ଷା ହେବ। ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରି ୨ରୁ ୧୨ ତାରିଖ ଯାଏଁ ଜାରି ରହିବ।