Breaking PLUSଓଡ଼ିଶାମୁଖ୍ୟ ଖବର

45 ଦିନ ଭିତରେ +2 ରେଜଲ୍ଟ

ଭୁବନେଶ୍ୱର- ଆଜି ସରିଲା CHSE ପରିଚାଳିତ +2 ବର୍ଗର ସମସ୍ତ ପରୀକ୍ଷା  । ତେବେ ପରୀକ୍ଷା ପରେ ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ବାହାରିବ ବୋଲି ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ସବୁ ବର୍ଗରେ ୪ ଲକ୍ଷରୁ ଊର୍ଦ୍ଧ୍ବ ପିଲା ପରୀକ୍ଷା ଦେଇଛନ୍ତି । ପରୀକ୍ଷାରେ ୫ ହଜାର ଅନୁପସ୍ଥିତ ଅଛନ୍ତି ।

ଖାତା ମୂଲ୍ୟାୟନ ପାଇଁ ୧୫୧ ମୂଲ୍ୟାୟନ କେନ୍ଦ୍ର ସହିତ ୧୬ ହଜାର ଅଧ୍ୟାପକ ନିୟୋଜିତ ହୋଇଛନ୍ତି । ମୋଟ୍ ଆକାରରେ ଚଳିତ ବର୍ଷ ଯୁକ୍ତ ଦୁଇରେ ୨୫ ଲକ୍ଷ ଖାତା ମୂଲ୍ୟାୟନ ହେବ ।

 ଆସନ୍ତା ଏପ୍ରିଲ୍ ୨ ତାରିଖରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ । ବିଶେଷ କରି ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ଏପ୍ରିଲ୍ ମାସ ଶେଷ ସୁଦ୍ଧା ଖାତା ଦେଖା ଶେଷ ହେବା ସହିତ ମେ ମାସରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଲକ୍ଷ୍ୟ ରଖାଯାଇଛି ।

ବିଶେଷ କରି ୨ଟି ପର୍ଯ୍ୟାୟରେ ଖାତା ଦେଖା ହେବ । ଏପ୍ରିଲ ୨ ତାରିଖରୁ ୧୩ ତାରିଖ ପ୍ରଥମ ପର୍ଯ୍ୟାୟରେ ଖାତା ଦେଖା ହେବା ସହିତ ମାର୍ଚ୍ଚ ୧୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ ଯୁକ୍ତ ଦୁଇ ଖାତା ଦେଖା ହେବ । ତେବେ ଏନେଇ ମୋଟ ୧୫୧ଟି ମୂଲ୍ୟାୟନ କେନ୍ଦ୍ର ରହିଥିବା ବେଳେ ପାଖାପାଖି ପ୍ରତ୍ୟେକ ପର୍ଯ୍ୟାୟରେ ୮ ହଜାର ଅଧ୍ୟାପକ ଅର୍ଥାତ ଦୁଇଟି ପର୍ଯ୍ୟାୟରେ ୧୬ ହଜାର ଅଧ୍ୟାପକ ନିୟୋଜିତ ହେବେ  ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button