Breaking PLUSଦେଶମୁଖ୍ୟ ଖବର
ମଧ୍ୟପ୍ରଦେଶ ଦୁର୍ଘଟଣାକୁ ନେଇ ପିଏମଙ୍କ ଦୁଃଖ ପ୍ରକାଶ

ନୂଆଦିଲ୍ଲୀ, 29 ଫେବ୍ରୁଆରି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲ୍ଲାରେ ହୋଇଥିବା ସଡକ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଜି ପ୍ରଧାନମନ୍ତ୍ରୀଙ୍କ ଶୋକ ସମ୍ବେଦନା ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛି ।
ପ୍ରଧାନମନ୍ତ୍ରୀ ତାଙ୍କ ଶୋକ ସମ୍ବେଦନାରେ କହିଛନ୍ତି ଯେ, ମଧ୍ୟପ୍ରଦେଶର ଡିଣ୍ଡୋରୀରେ ହୋଇଥିବା ସଡକ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ଅଟେ । ମୋର ସମବେଦନା ଶୋକାକୁଳ ପରିଜନଙ୍କ ସହିତ ଅଛି । ଈଶ୍ୱର ତାଙ୍କୁ ଏହି କଠିନ ସମୟରେ ଧୈର୍ଯ୍ୟ ପ୍ରଦାନ କରନ୍ତୁ । ଏହାସହିତ ସମସ୍ତ ଆହତ ଶୀଘ୍ର ସୁସ୍ଥ ହୁଅନ୍ତୁ ଏହା କାମନା କରୁଛି । ରାଜ୍ୟ ସରକାରଙ୍କ ତଦାରଖରେ ସ୍ଥାନୀୟ ପ୍ରଶାସନ ପୀଡିତଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରୁଛନ୍ତି ।


