Breaking PLUSଦେଶମୁଖ୍ୟ ଖବର

ପିଏମ ଜନଧନ ଯୋଜନାକୁ ପୂରିଲା 10 ବର୍ଷ

ନୂଆଦିଲ୍ଲୀ- କେନ୍ଦ୍ର ସରକାରଙ୍କ ପ୍ରମୁଖ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଜନା ‘ପ୍ରଧାନମନ୍ତ୍ରୀ ଜନଧନ ଯୋଜନା’କୁ ଆଜି ୧୦ ବର୍ଷ ପୂରିଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୫୩ କୋଟିରୁ ଅଧିକ ହିତାଧିକାରୀଙ୍କୁ ବ୍ୟାଙ୍କ ସେବା ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି।

ଏ ପର୍ଯ୍ୟନ୍ତ ୫୩ କୋଟି ୧୩ ଲକ୍ଷ ଜନ ଧନ ଆକାଉଣ୍ଟ ଖୋଲା ଯାଇଥିବା ବେଳେ ୨୩୧, ୨୩୫.୯୭ କୋଟି ଟଙ୍କା ଜମା ରହିଛି। ପ୍ରାୟ ୧୧ ଲକ୍ଷ ୫୯ ହଜାର ବ୍ୟାଙ୍କ ମିତ୍ର ଏହି ଯୋଜନାରେ ବ୍ୟାଙ୍କ ଖାତା ଖୋଲିବା ଓ ପରିଚାଳନା କରିବା ଦିଗରେ ସହାୟତା କରୁଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦୀ କହିଛନ୍ତି ଯେ ଜନଧନ ଯୋଜନା ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ଏବଂ କୋଟି କୋଟି ଲୋକଙ୍କୁ, ବିଶେଷକରି ମହିଳା, ଯୁବକ ଏବଂ ଅବହେଳିତ ସମ୍ପ୍ରଦାୟମାନଙ୍କୁ ସମ୍ମାନ ପ୍ରଦାନ କରିବାରେ ସର୍ବୋଚ୍ଚ ଭୂମିକା ଗ୍ରହଣ କରିଛି ।

Show More

Related Articles

Back to top button