Breaking PLUSଦେଶମୁଖ୍ୟ ଖବର

ଦେଶବାସୀଙ୍କୁ ଛଟ୍ ମହାପର୍ବର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି

ନୂଆଦିଲ୍ଲୀ, 19 ନଭେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୂର୍ଯ୍ୟ ଉପାସନର ମହାପର୍ବ ଛଟ୍ ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସମସ୍ତଙ୍କ ଜୀବନ ଖୁସି ପରିପୂର୍ଣ୍ଣ ହେବା ନେଇ ସେ ଭଗବାନ ସୂର୍ଯ୍ୟଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି ଲେଖିଛନ୍ତି ଯେ, ମହାପର୍ବ ଛଟ୍‌ର ସନ୍ଧ୍ୟା ଅର୍ଘ୍ୟର ପବିତ୍ର ଅବସରରେ ମୋର ସମସ୍ତ ପରିବାର ଲୋକଙ୍କୁ ଶୁଭେଚ୍ଛା ଜଣାଉଛି । ସମସ୍ତଙ୍କ ଜୀବନରେ ନୂଆ ଉର୍ଜା ଓ ନୂଆ ଉତ୍ସାହର ସଞ୍ଚାର ହେଉ ବୋଲି ସୂର୍ଯ୍ୟଦେବଙ୍କ ନିକଟରେ ପ୍ରାର୍ଥନା କରୁଛି । ଜୟ ଛଟି ମୈୟା ।
ଏହାପୂର୍ବରୁ ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛଟ୍ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଥିଲେ । ରାଷ୍ଟ୍ରପତି ନିଜ ଶୁଭେଚ୍ଛା ବାର୍ତ୍ତାରେ କହିଥିଲେ ଯେ, ଛଟ୍ ପୂଜାର ଶୁଭ ଅବସରରେ ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଛଟ୍ ସୂର୍ଯ୍ୟଦେବଙ୍କୁ ସମର୍ପିତ ହୋଇଥିବା ପର୍ବ ଅଟେ । ଏହା ନଦୀ, ପୋଖରୀ ଓ ଳର ଅନ୍ୟସ୍ରୋତ ପ୍ରତି ଶ୍ରଦ୍ଧା ଓ କୃତଜ୍ଞତା ବ୍ୟକ୍ତ କରିବାର ଅବସର ଅଟେ ବୋଲି ରାଷ୍ଟ୍ରପତି କହିଛନ୍ତି ।

Show More

Related Articles

Back to top button