Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆଜିଠୁ ପିଏମ ମୋଦିଙ୍କ ଫ୍ରାନ୍ସ ଓ ଆମେରିକା ଗସ୍ତ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫ୍ରାନ୍ସ ଓ ଆମେରିକାକୁ 4ଦିବସୀୟ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସରେ ସେଠାକାର ରାଷ୍ଟ୍ରପତି ଇମାନୁଏଲ ମେକ୍ରୋଙ୍କ ସହିତ କୃତ୍ରିମ ମେଧା ଉପରେ ଆୟୋଜିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଅଧ୍ୟକ୍ଷତା କରିବେ ।

ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ କହିଛନ୍ତି ଯେ, ଫ୍ରାନ୍ସରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ ଭାରତ-ଫ୍ରାନ୍ସ ସିଇଓ ଫୋରମକୁ ବି ସମ୍ବୋଧିତ କରିବେ ।

ବୈଦେଶିକ ସଚିବଙ୍କ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି 12 ଓ 13 ଫେବୃୟାରୀରେ ଆମେରିକା ଗସ୍ତ କରିବେ । ନୂଆ ପ୍ରଶାସନ କାର୍ଯ୍ୟଭାର ସମ୍ଭାଳିବା ପରେ ତିନି ସପ୍ତାହ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମେରିକା ଆସିବାର ନିମନ୍ତ୍ରଣ, ଭାରତ-ଆମେରିକା ବୁଝାମଣାର ଗୁରୁତ୍ୱକୁ ଦର୍ଶାଉଛି ।

Show More

Related Articles

Back to top button