ଓଡ଼ିଶା

ଜମ୍ମୁ କାଶ୍ମୀରର ସୋନମାର୍ଗ ଟନେଲ୍ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜମ୍ମୁ: ଜମ୍ମୁ କାଶ୍ମୀରର ସୋନମାର୍ଗ ଟନେଲ୍ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଜମ୍ମୁ-କାଶ୍ମୀରର ସୋନମାର୍ଗ ଅଞ୍ଚଳରେ ଜେଡ୍‌-ମୋଡ୍‌ ସୁଡ଼ଙ୍ଗର ଉଦ୍‌ଘାଟନ କରିଛନ୍ତି, ଯଦ୍ଵାରା ଏହି ପର୍ଯ୍ୟଟନ ସ୍ଥଳୀକୁ ବର୍ଷ ସାରା ଯାତାୟତ ସୁଗମ ହୋଇଛି। ସୂଚନା ଅନୁଯାୟୀ, ୨୭୦୦ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କରିବାପରେ ପ୍ରଧାନମନ୍ତ୍ରୀ ସୁଡ଼ଙ୍ଗ ଭିତରକୁ ଯାଇ ପ୍ରକଳ୍ପ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ, ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍‌ଘାଟନ ପରେ ସୋନମାର୍ଗରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

Show More

Related Articles

Back to top button