Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ବ୍ରାଜିଲରେ ମୋଦି-ବାଇଡେନ ଭେଟ

ବ୍ରାଜିଲର ରିଓ ଡି ଜେନିରୋରେ ସୋମବାର ଠାରୁ ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି। ଭାରତର ପ୍ରତିନିଧିତ୍ବ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ପହଞ୍ଚିଛନ୍ତି। ମୋଦୀଙ୍କ ବ୍ୟତୀତ ଚୀନ, ବ୍ରିଟେନ, ଆମେରିକା ଭଳି ବିଶ୍ବର ପ୍ରମୁଖ ନେତାମାନେ ଏହି ସମ୍ମିଳନୀରେ ପହଞ୍ଚିଛନ୍ତି। ସମ୍ମିଳନୀସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭା ସ୍ବାଗତ କରିଥିଲେ। ସମ୍ମିଳନୀ ସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କର ସାକ୍ଷାତ ହୋଇଛି। ଉଭୟ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହିତ ସାମୟିକ ବାର୍ତ୍ତାଳପ କରିଥିଲେ।

Show More

Related Articles

Back to top button