Breaking PLUSଦେଶମୁଖ୍ୟ ଖବର

ଚଳିତ ବର୍ଷର ପ୍ରଥମ ମନ୍ କୀ ବାତ

ମନ୍ କି ବାତ୍‌ର ୧୧୮ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଚଳିତ ବର୍ଷର ଗଣତନ୍ତ୍ର ଦିବସ ଅତ୍ୟନ୍ତ ସ୍ବତନ୍ତ୍ର। ଏହା ହେଉଛି ଭାରତ ଗଣତନ୍ତ୍ରର ୭୫ ତମ ବାର୍ଷିକୀ। ଏହି ବର୍ଷ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ବର୍ଷ ପୂର୍ତ୍ତି। ସଂସଦସଭାର ସେହି ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ, ଯେଉଁମାନେ ଆମକୁ ଆମର ପବିତ୍ର ସମ୍ବିଧାନ ଦେଇଛନ୍ତି,ମୁଁ  ପ୍ରଣାମ କରୁଛି।

ଭାରତ ଭଳି ବଡ଼ ଦେଶରେ ବଡ଼ ସ୍ଵପ୍ନ ଦେଖ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି। ଆମେ ଆମ ଐତିହ୍ୟକୁ ଅକ୍ଷୁଣ୍ଣ ରଖିବା ଦରକାର। ମୁଁ ସମସ୍ତ ମହାନ ବ୍ୟକ୍ତିବିଶେଷଙ୍କୁ ମନେ ରଖିଛି, ଯେଉଁମାନେ ଆମକୁ ସମ୍ବିଧାନ ଦେଇଛନ୍ତି। ସେମାନେ ଆମ ଐତିହ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଚଳିତବର୍ଷର ଏହା ପ୍ରଥମ ମନ କୀ ବାତ୍‌ କାର୍ଯ୍ୟକ୍ରମ ଥିଲା। ଏଥିରେ ପ୍ରଧାନମନ୍ତ୍ରୀ ଜାତୀୟ ମତଦାତା ଦିବସ, ମହାକୁମ୍ଭ ଏବଂ ଷ୍ଟାର୍ଟଅପଗୁଡ଼ିକରେ ମହିଳାଙ୍କ ଭାଗିଦାରିତା ଉପ​‌ରେ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଷ୍ଟାର୍ଟଅପ ଇଣ୍ଡିଆ ନୂଆ ରୂପ ନେଉଛି। ଦୁଇ ଥାକିଆ ଏବଂ ତିନି ଥାକିଆ ସହରରୁ ଅନେକ ଷ୍ଟାର୍ଟଅପ ଆସୁଛି। ମହିଳାମାନେ ଅଧିକ ସଂଖ୍ୟାରେ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଅତୀତରେ ଷ୍ଟାର୍ଟଅପଗୁଡ଼ିକୁ ଉପହାସ କରାଯାଉଥିଲା। କିନ୍ତୁ ଗତ ଦଶନ୍ଧି ମଧ୍ୟରେ ଏଥିରେ ପରିବର୍ତ୍ତନ ଆସିଛି। ଦେଶବାସୀ କିଛି ବଡ଼ ସ୍ଵପ୍ନ ଦେଖନ୍ତୁ ବୋଲି ମୁଁ କହିବାକୁ ଚାହୁଁଛି। ଆମ ବଡ଼ ଦେଶରେ ଯଦି କୌଣସି ବ୍ୟକ୍ତି ମହାନ କାର୍ଯ୍ୟ କରୁଛନ୍ତି ତାଙ୍କୁ ପ୍ରଶଂସା କରାଯିବା ଦରକାର। ଦୀପକ ନବାମ ତାଙ୍କ ସଂଗଠନ ମାଧ୍ୟମରେ ବାସହୀନ ଲୋକମାନଙ୍କୁ ସହାୟତା କରୁଛନ୍ତି। ତାଙ୍କ ସଂଗଠନ ପ୍ରଶଂସିତ ହୋଇଛି ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ମହାକୁମ୍ଭ ଆରମ୍ଭ ହୋଇଯାଇଛି। ଏହା ବିବିଧତା ମଧ୍ୟରେ ଏକତାର ଉତ୍ସବକୁ ପାଳନ କରୁଛି। ବିଶ୍ଵର କୋଣ ଅନୁକୋଣରୁ ଲୋକମାନେ ମହାକୁମ୍ଭକୁ ଆସି ସଙ୍ଗମରେ ଏକତ୍ର ହୋଇଛନ୍ତି। ଧନୀ ହୁଅନ୍ତୁ କି ଗରିବ, ସଙ୍ଗମରେ ସମସ୍ତେ ସମାନ। ସେମାନେ ଏକାଠି ଭୋଜନ କରୁଛନ୍ତି। ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ମହାକୁମ୍ଭ ଯୋଡ଼ିଛି। ଯୁବବର୍ଗ ବହୁମାତ୍ରାରେ ଏଥିରେ ଯୋଗଦାନ କରିଛନ୍ତି। ଯେତେବେଳେ ଆମ ସଂସ୍କୃତି ସହିତ ଯୁବବର୍ଗ ଯୋଡ଼ି ହୁଅନ୍ତି, ସେତେବେଳେ ଦେଶ ଅଧିକ ଶକ୍ତିଶାଳୀ ହୋଇଥାଏ। ଏହା ସହିତ ପଶ୍ଚିମବଙ୍ଗରେ ଗଙ୍ଗାସାଗର ମେଳା ଅନୁଷ୍ଠିତ ହୋଇଛି। ସାରା ବିଶ୍ଵରୁ ଲୋକମାନେ ମକରସଂକ୍ରାନ୍ତିରେ ଏକାଠି ହେଲେ। ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ବାର୍ଷିକ ଉତ୍ସବ ବି ପାଳିଲେ। ବିକାଶ ପଥରେ ଆଗେଇ ଚାଲୁଥିଲେ ବି ଆମେ ଆମ ଐତିହ୍ୟଗୁଡ଼ିକୁ ଅକ୍ଷୁଣ୍ଣ ରଖିବା ଦରକାର ବୋଲି ମୋଦୀ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି।

Show More

Related Articles

Back to top button