Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଭାରତୀୟ ମହିଳା କ୍ରିକେଟ୍ ଟିମ୍ ପକ୍ଷରୁ ମୋଦିଙ୍କୁ ଉପହାର, ପିଏମଙ୍କ ବାସଭବନରେ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବିଶ୍ୱବିଜୟୀ ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ରବିବାର ଦିନ ଭାରତୀୟ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାଜିତ କରି ପ୍ରଥମ ଥର ଲାଗି ମହିଳା ବିଶ୍ଵକପ ଟାଇଟଲ ହାସଲ କରିଥିଲା।

ପ୍ରଧାନମନ୍ତ୍ରୀ ଏହି ଐତିହାସିକ ବିଜୟ ପାଇଁ ଭାରତୀୟ ମହିଳା କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇଥିଲେ। ପୂରା ଟୁର୍ଣ୍ଣାମେଣ୍ଟ ଅବସରରେ ଝିଅମାନେ ପ୍ରଦର୍ଶନ କରିଥିବା କ୍ରୀଡ଼ା ମନୋଭାବ, ସଂଘର୍ଷର ପ୍ରଶଂସା କରିଥିଲେ ମୋଦୀ। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତୀୟ ମହିଳା ଦଳ ପ୍ରାରମ୍ଭିକ ପରାଜୟ ଏବଂ ସାମାଜିକ ଗଣମାଧ୍ୟମରେ ସମାଲୋଚନା ସତ୍ବେ ଜବରଦସ୍ତ ପ୍ରଦର୍ଶନ କରି ଟାଇଟଲ ହାସଲ କରିଛି। ଏହା ପ୍ରତି ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ।

Show More

Related Articles

Back to top button