Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଫ୍ରାନ୍ସରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରଧାନମନ୍ତ୍ରଙ୍କ ୩ ଦିନିଆ ପ୍ୟାରିସ୍ ଗସ୍ତର ୨ୟ ଦିନ

ପ୍ୟାରିସ- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସରେ ପହଂଚିଛନ୍ତି । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମେକ୍ରୋଙ୍କ ନିମନ୍ତ୍ରଣ କ୍ରମେ ସେ ସୋମବାର ଫ୍ରାନ୍ସରେ ପହଂଚିଛନ୍ତି । ଆଜି ଫ୍ରାନ୍ସରେ ଏଆଇ ଆକ୍ସନ ସମିଟ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ ସମିଟର ସହ ଅଧ୍ୟକ୍ଷତା କରିବେ । ଏହା ବ୍ୟତୀତ ଉଭୟ ନେତା ଦ୍ୱିପାକ୍ଷିକ ଆଲୋଚନା କରିବେ ।

ଫ୍ରାନ୍ସ ମିଡିଆ ମୁତାବକ ରାଷ୍ଟ୍ରପତି ମେକ୍ରୋ ଶାସନାଧ୍ୟକ୍ଷ ଓ ରାଷ୍ଟ୍ରାଧ୍ୟକ୍ଷଙ୍କ ସମ୍ମାନରେ ଏଲିସି ପ୍ୟାଲେସରେ ନୈଶ୍ୟଭୋଜର ଆୟୋଜନ କରିଥିଲେ । ଏଥିରେ ପିଏମ ମୋଦି ବି ସାମିଲ ହୋଇଥିଲେ । ମୋଦି ଓ ମେକ୍ରୋ ପରସ୍ପରକୁ ଆଲିଙ୍ଗନ କରିଥିଲେ ।

Show More

Related Articles

Back to top button