ରାଜ୍ୟସଭାରେ ମନମୋହନ ସିଂହଙ୍କ ପ୍ରଶଂସା କରି ପିଏମ ମୋଦି କହିଲେ- ହ୍ୱିଲ ଚେୟାରରେ ଗଣତନ୍ତ୍ରକୁ ଶକ୍ତି ଦେବାକୁ ଆସିଥିଲେ

ନୂଆଦିଲ୍ଲୀ, 8 ଫେବୃଆରୀ -ରାଜ୍ୟସଭାରୁ ବିଦାୟ ନେଉଥିବା ସାଂସଦଙ୍କୁ ଉଚ୍ଚ ସଦନରେ ସମ୍ବୋଧିତ କରି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ସାଂସଦଙ୍କର କେବେ ବିଦାୟ ହୋଇନଥାଏ । ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରଶଂସା କରିଛନ୍ତି । ପିଏମ ମୋଦି କହିଛନ୍ତି ଯେ, ‘ ମୁଁ ଆଜି ଡକ୍ଟର ମନମୋହନ ସିଂହଙ୍କୁ ମନେ ପକାଇବାକୁ ଚାହୁଁଛି, ତାଙ୍କ ଯୋଗଦାନ ବହୁତ ବଡ ଅଟେ । ଦୀର୍ଘ ସମୟ ଧରି ସେ ଏହି ଗୃହ ଓ ଦେଶର ମାର୍ଗଦର୍ଶନ କରିଛନ୍ତି, ସେଥିପାଇଁ ଡକ୍ଟର ମନମୋହନ ସିଂହଙ୍କୁ ସର୍ବଦା ମନେ ରଖାଯିବ’ ।
ଯେଉଁ ସାଂସଦଙ୍କର କାର୍ଯ୍ୟକାଳ ଆଜି ଶେଷ ହେଉଛି, ସେମାନଙ୍କୁ ବିଦାୟ ଦେଇ ପ୍ରଧାନମନ୍ତ୍ରୀ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଗୃହ ଓ ଦେଶପ୍ରତି ଯୋଗଦାନକୁ ପ୍ରଶଂସା କରିଛନ୍ତି । ପିଏମ ମୋଦି କହିଛନ୍ତି ଯେ, ‘ମୋର ମନେ ଅଛି, ଅନ୍ୟ ଗୃହରେ ମତଦାନ ସମୟରେ ଏହା ଜଣାଥିଲା କ୍ଷମତାରେ ଥିବା ପାର୍ଟି ଜିତିବ କିନ୍ତୁ ଡକ୍ଟର ମନମୋହନ ସିଂହ ନିଜ ହ୍ୱିଲଚେୟାରରେ ବସି ଆସିଥିଲେ ଏବଂ ନିଜ ଭୋଟ ଦେଇଥିଲେ । ଏହା ଜଣେ ସଦସ୍ୟର ନିଜ କର୍ତ୍ତବ୍ୟ ପ୍ରତି ସଚେତନ ହେବାର ଉଦାହରଣ ଅଟେ’ ।