ରାଜ୍ୟସଭାରେ ଅବସର ନେଉଥିବା ସଦସ୍ୟଙ୍କ ଉଦ୍ଦେଶ୍ୟରେ ବିଦାୟୀ ଅଭିଭାଷଣ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ:ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦି ଅଭିଭାଷଣ ରଖିଛନ୍ତି । ଅବସର ନେଉଥିବା ସଦସ୍ୟଙ୍କ ଉଦ୍ଦେଶ୍ୟରେ ବିଦାୟୀ ଅଭିଭାଷଣ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ରାଜ୍ୟସଭାରୁ ଅନେକ ସଦସ୍ୟ ଅବସର ନେଉଛନ୍ତି। ଏହି ଖାଲି ଆସନ ପାଇଁ ଅନେକ ସଦସ୍ୟ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି। ଆଜି ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ସମସ୍ତ ସଦସ୍ୟଙ୍କ ସଂସଦୀୟ ଜୀବନ ଏବଂ କାର୍ଯ୍ୟକାଳ ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅବସରପ୍ରାପ୍ତ ସଦସ୍ୟଙ୍କ ଭୂମିକାକୁ ଗଣତନ୍ତ୍ରକୁ ସୁଦୃଢ଼ କରିବା ଭାବରେ ବର୍ଣ୍ଣନା କରିଥିଲେ। ସାଂସଦ ମାନଙ୍କ ଅବସର ସମ୍ପର୍କରେ ମୋଦୀ କହିଛନ୍ତି ଯେ ଗୃହ ଏକ ଖୋଲା ବିଶ୍ୱବିଦ୍ୟାଳୟ ଭଳି। ନୂତନ ସାଂସଦମାନେ ସର୍ବଦା ଶିଖିବା ଉଚିତ। ଆମର ଶିକ୍ଷା ଏବଂ ଦୀକ୍ଷା ଉଭୟ ଏଠାରେ ହୁଏ। ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ। ଅବସର ଏକ ଭାବପ୍ରବଣ ମୁହୂର୍ତ୍ତ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡାଙ୍କୁ ପ୍ରଶଂସା କରି ସେ କହିଥିଲେ ଯେ ସେ ତାଙ୍କ ଜୀବନର ଅଧା ଭାଗ ସଂସଦୀୟ ବ୍ୟବସ୍ଥାରେ ବିତାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ରାଜ୍ୟସଭା ସଦସ୍ୟଙ୍କ ଅବସର ଉପରେ ବକ୍ତବ୍ୟ ରଖିଥିଲେ।



