Breaking PLUSଓଡ଼ିଶାମୁଖ୍ୟ ଖବର

କାଲି ଓଡ଼ିଶା ଆସିବେ ପିଏମ ମୋଦି

ଭୁବନେଶ୍ଵର: ପୁଣି ନିର୍ବାଚନୀ ପ୍ରଚାର ଲାଗି ୧୯ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୯ ତାରିଖ ଅର୍ଥାତ୍ ରବିବାର ସନ୍ଧ୍ୟାରେ ଭୁବନେଶ୍ଵରରେ ପହଞ୍ଚିବେ । ୨୦ ତାରିଖ ସକାଳ ୮ଟାରେ ପୁରୀ ଯିବେ ପ୍ରଧାନମନ୍ତ୍ରୀ । ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ କରିବା ପରେ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ପୁରୀ ରୋଡ୍ ଶୋ ପ​‌ରେ ସକାଳ ସାଢେ ୯ଟାରେ ଅନୁଗୁଳରେ ଆୟୋଜିତ ଏକ ସଭାରେ ଯୋଗଦେବେ ପିଏମ୍ ମୋଦି। ଅନୁଗୁଳ ପରେ କଟକ କିଲା ପଡିଆରେ ସାଢେ ୧୧ରେ ମୋଦି ସଭା କାର୍ଯ୍ୟକ୍ରମ ରହିଛି। ତେବେ ରବିବାର ସନ୍ଧ୍ୟାରେ ମୋଦି ଭୁବନେଶ୍ଵରରେ ପହଞ୍ଚିବା ପରେ ସେହିଦିନ ରାତିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗଦେବେ। ଚଳିତ ନିର୍ବାଚନକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି। ଚଳିତ ନିର୍ବାଚନରେ ପ୍ରଚାର ଲାଗି ମୋଦି ଏହାକୁ ମିଶାଇ ତୃତୀୟଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି।

Show More

Related Articles

Back to top button