Breaking PLUSଦେଶମୁଖ୍ୟ ଖବର
22ରେ 103ଟି ରେଳ ଷ୍ଟେସନର ପୁନର୍ବିକାଶକୁ ଉଦ୍ଘାଟନ କରିବେ ପିଏମ ମୋଦି

ନୂଆଦିଲ୍ଲୀ-22ରେ 103ଟି ରେଳ ଷ୍ଟେସନର ପୁନର୍ବିକାଶକୁ ଉଦ୍ଘାଟନ କରିବେ ପିଏମ ମୋଦି । ମେ’ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନ ଗସ୍ତ କରି ଅମୃତ ଷ୍ଟେସନ ଅଧୀନରେ ଦେଶରେ ୧୦୩ଟି ରେଳ ଷ୍ଟେସନର ପୁନର୍ବିକାଶକୁ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୬ଟି ଜିଲାରେ ୧୧ଶହ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଅମୃତ ଷ୍ଟେସନ ଅଧୀନରେ ୧୦୩ଟି ରେଳ ଷ୍ଟେସନର ପୁନର୍ବିକାଶ କରାଯାଇଛି। ପ୍ରଧାନମନ୍ତ୍ରୀ ବିକାନେରର ପଲାନାରେ ୨୬ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ।