Breaking PLUSଦେଶମୁଖ୍ୟ ଖବର
ଅକ୍ଟୋବର 30ରେ ଗୁଜରାଟର ମେହସାଣା ଜିଲ୍ଲାରେ 5941 କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭାରତୀୟ ରେଳ ସହିତ ରାଜ୍ୟ ସରକାରଙ୍କ 5ଟି ବିଭାଗର ବିକାଶମୂଳକ କାର୍ଯ୍ୟ ସାମିଲ

ଗାନ୍ଧିନଗର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର 30ରେ ଗୁଜରାଟର ମେହସାଣା ଜିଲ୍ଲାର ଡାଭୋଡା ଗାଁରେ 5ହଜାର 941 କୋଟିର ବିଭିନ୍ନ ବିକାଶମୂଳକ ଯୋଜନାର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଭାରତୀୟ ରେଳ, ଗୁଜରାଟ ରେଳ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ କର୍ପୋରେସନ, ଜଳ ସଂଶୋଧନ ବିଭାଗ, ଜଳପୂର୍ତ୍ତି ବିଭାଗ, ସଡକ ଏବଂ ଆବାସ ବିଭାଗ ତଥା ସହରୀ ବିକାଶ ବିଭାଗର ବିକାଶ କାର୍ଯ୍ୟ ସାମିଲ ରହିଛି ।
ଡାଭୋଡା ଗାଁରେ ପୂର୍ବାହ୍ନ 11ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ଯୋଗୁ ଗୁଜରାଟର ସାତୋଟି ଜିଲ୍ଲା ମେହସାଣା, ଅହମଦାବାଦ, ବାନସଙ୍କୋଠା, ସାବରକାଣ୍ଠା, ମହୀସାଗର, ଗାନ୍ଧିନଗର ଓ ପାଟଣାର ଲୋକେ ଉପକୃତ । ଏହି ସମସ୍ତ ଜିଲ୍ଲାରେ ପ୍ରାୟ 16ଟି ବିକାଶମୂଳକ ଯୋଜନା ମଧ୍ୟରୁ 8ଟି ଯୋଜନାର ଲୋକାର୍ପଣ ଓ 8ଟି ଯୋଜନାର ଶିଳାନ୍ୟାସ କରିବେ ।



