Breaking PLUSଦେଶମୁଖ୍ୟ ଖବର
ଫେବୃୟାରୀ 27-28 କେରଳ, ତାମିଲନାଡୁ ଓ ମହାରାଷ୍ଟ୍ର ଗସ୍ତ କରିବେ ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ 27-28ରେ ତିନି ରାଜ୍ୟ କେରଳ, ତାମିଲନାଡୁ ଓ ମହାରାଷ୍ଟ୍ର ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ଫେବୃୟାରୀ 27ରେ କେରଳ ଓ ଫେବୃୟାରୀ 28ରେ ତାମିଲନାଡୁ ଓ ମହାରାଷ୍ଟ୍ର ଗସ୍ତ କରିବେ ।
ପ୍ରଧାନମନ୍ତ୍ରୀ ଫେବୃଆରୀ 27ରେ କେରଳର ଥିରୁବନନ୍ତପୁରମରେ ବିକ୍ରମ ସାରଭାଇ ସ୍ପେସ୍ ସେଣ୍ଟର ପରିଦର୍ଶନ କରିବେ। ସେହି ଦିନ ସନ୍ଧ୍ୟାରେ ତାମିଲନାଡୁର ମଦୁରାଇରେ ‘ଭବିଷ୍ୟତ ସୃଷ୍ଟି – ଅଟୋମୋବାଇଲ୍ ଏମଏସଏମଇ ଉଦ୍ୟୋଗୀମାନଙ୍କ ପାଇଁ ଡିଜିଟାଲ୍ ମୋବିଲିଟି’ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଫେବୃଆରୀ 28 ରେ ତାମିଲନାଡୁର ଥୁଥୁକୁଡିରେ 17,300 କୋଟି ଟଙ୍କା ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ସେହି ଦିନ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ୟବତମାଳରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ମହାରାଷ୍ଟ୍ରର ୟବତମାଳରେ 4900 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ଏବଂ ଦେଶକୁ ଉତ୍ସର୍ଗ କରିବେ।