Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଟ୍ରମ୍ପଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଦ ସମ୍ଭାଳିବା ପରେ ଅନେକ ନୂଆ ନିଷ୍ପତ୍ତି ନେଉଛନ୍ତି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କ ସହ ଆଲୋଚନା କରିଛନ୍ତି । ପିଏମ୍ ମୋଦୀ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇ ତାଙ୍କ ଦ୍ବିତୀୟ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । କହିରଖୁଛୁ ପିଏମ୍ ମୋଦୀ ଓ ଡୋନାଲ୍ଡ ଟ୍ରମ୍ପଙ୍କ ବନ୍ଧୁତା ଅନେକ ଖାସ୍ ଅବସରରେ ନଜର ଆସିସାରିଛି । ଡୋନାଲ୍ଡ ଟ୍ରମ୍ପ ୨୦ ଜାନୁୟାରୀରେ ଆମେରିକାର ୪୭ତମ ରାଷ୍ଟ୍ରପତି ରୂପେ ଶପଥ ନେଇଥିଲେ । ଶପଥ ଗ୍ରହଣ ଉତ୍ସବରେ ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ସମେତ ବିଶ୍ବର ଅନେକ ବଡ ହସ୍ତୀ ସାମିଲ ହୋଇଥିଲେ । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଭାରତର ପ୍ରତିନିଧିତ୍ବ କରିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button