Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଅନୁଗୁଳରେ ପିଏମ ମାେଦିଙ୍କ ଜନସମାବେଶ

ଅନୁଗୋଳ-ଅନୁଗୁଳରେ ପିଏମ ମୋଦିଙ୍କ ବିଶାଳ ଜନସମାବେଶ । ପୁଣି ଥରେ ସରକାର ଗଠନ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ସାରା ଦେଶବାସୀ ମୋଦୀ ସରକାରକୁ ୩ୟ ଥର ଆଣିବାକୁ ଚାହୁଁଛନ୍ତି। ଓଡ଼ିଶାର ପୁରପଲ୍ଲୀରେ ବି ଗୋଟିଏ ନାରା ଗୁଞ୍ଜରିତ ହେଉଛି। ଏଥର ରାଜ୍ୟରେ ହେବ ଡବଲ ଇଞ୍ଜିନ ସରକାର। ବିଜେଡି ସରକାରକୁ ସୁଯୋଗ ମିଳିଥିଲା, ଏବେ ବିଦାୟ ସମୟ ଆସିଯାଇଛି। ଜୁନ ୧୦ରେ ଏଠାରେ ଡବଲ ଇଞ୍ଜିନ ସରକାର ଶପଥଗ୍ରହଣ କରିବ। ସୋମବାର ଅନୁଗୋଳରେ ଆୟୋଜିତ ଜନସମାବେଶରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସମାବେଶରେ ଉପସ୍ଥିତ ଜନସାଧାରଣ ଏବଂ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇ ମୋଦୀ କହିଥିଲେ, ଓଡ଼ିଶା କଳାର ଧାମ। ପ୍ରତି ପରିବାରରେ କଳା ରହିଛି। ସକାଳ ୭ଟାରେ ପୁରୀରେ ଆଶ୍ଚର୍ଯ୍ୟଜନକ ଭିଡ଼ ଦେଖିଲି। ଏଠାରେ ସକାଳ ୧୦ଟାରେ ଭିଡ଼ ଦେଖି ଅଭିଭୂତ ହୋଇଛି। ଜୀବନର ଲମ୍ବା ସମୟ ଦଳୀୟ ସଂଗଠନରେ ଲଗାଇଛି। ପ୍ରଭୁ ଜଗନ୍ନାଥ ଯେକୌଣସି ଲୋକର ଆଶା ପୂରଣ କରନ୍ତି। ଓଡ଼ିଶାର ସୁଖ ସମୃଦ୍ଧି ପାଇଁ ଜଗନ୍ନାଥଙ୍କ ଆଶିଷ ମାଗିଛି। ଏହି ଅବସରରେ ସମସ୍ତଙ୍କୁ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ।

Show More

Related Articles

Back to top button