Breaking PLUSଓଡ଼ିଶାମୁଖ୍ୟ ଖବର

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ୪ ପୃଷ୍ଠାର ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପବିତ୍ର ଉତ୍କଳ ଦିବସ ଅବସରରେ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଆ ସଂସ୍କୃତି, ଐତିହ୍ୟ ସହ ଓଡ଼ିଶାର ବିକାଶ ନେଇ ଅନେକ ସୁଚିନ୍ତିତ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଓଡ଼ିଶାରେ ମନ୍ତ୍ରମୁଗ୍ଧ କରିଦେବା ଭଳି ଶକ୍ତି ଥିବା ଯେମିତିକି ଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିର ସହ ଲିଙ୍ଗରାଜ ମନ୍ଦିର କଥା ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ।

ଗୋପବନ୍ଧୁ ଦାଶ ଓ ଫକୀର ମୋହନ ସେନାପତିଙ୍କ ଭଳି ମହାମନିଷୀଙ୍କୁ ମନେ ପକାଇବା ସହ ଏହି ମାଟିରେ ବିଜୁ ବାବୁଙ୍କ ଭଳି ମହାନ ବ୍ୟକ୍ତିତ୍ବ ବି ଜନ୍ମ ନେଇଥିବା ଲେଖିଛନ୍ତି ମୋଦି। ଏମିତିକି ବିଜୁ ବାବୁଙ୍କ ବହୁମୁଖୀ ବ୍ୟକ୍ତିତ୍ବ ଆମ ସମସ୍ତଙ୍କୁ ଅନୁପ୍ରାଣୀତ କରିଥାଏ ବୋଲି କହିଛନ୍ତି। ଦୀର୍ଘଦିନ ଧରି ସେ କିଭଳି ଓଡ଼ିଆ ଲୋକମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେକଥା ଜଣାଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ କିଭଳି ବିଭିନ୍ନ ସମୟରେ ଓଡ଼ିଆ ଲୋକଙ୍କ ସହ ମତ ବିନିମୟ କରୁଥିଲେ ସେ କଥା ଉଲ୍ଲେଖ କରିଛନ୍ତି।

Show More

Related Articles

Back to top button