Breaking PLUSଓଡ଼ିଶାମୁଖ୍ୟ ଖବର
ଆଜି ଗଳିକନ୍ଦିରେ ପାଟ୍ରୋଲିଂ କରିବ କମିଶନରେଟ ପୁଲିସ

ଦୀପାବଳୀ ପର୍ବ ପାଳନ ବେଳେ ସତର୍କତା ଅବଲମ୍ବନ କରୁଛି କମିଶନରେଟ ପୁଲିସ। ବିଶେଷ ଭାବେ ଶବ୍ଦ ପ୍ରଦୂଷଣକାରୀ ବାଣ ଫୁଟାଇବା ଓ ମଦୁଆଙ୍କ ଉତ୍ପାତ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି କମିସନରେଟ ପୁଲିସ। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପୁଲିସ ସାଦା ପୋଷାକରେ ବୁଲିବେ। ଯଦି କୌଣସି ବ୍ୟକ୍ତି ମଦ ପିଇ ଉତ୍ପାତ କରିବେ, ସେମାନଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ଏହା ଛଡା ପୁଲିସ ଶବ୍ଦ ପ୍ରଦୂଷଣକାରୀ ବାଣ ଫୁଟାଇବା ରୋକିବା ପାଇଁ ସହରର ଗଳିକନ୍ଦିରେ ପାଟ୍ରୋଲିଂ କରିବ ବୋଲି ଜଣାପଡିଛି। ଆଜି ସନ୍ଧ୍ୟାରୁ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ ସହ ବ୍ଲକିଂ କରାଯିବ ବୋଲି ଜଣାପଡିଛି। ଏ ନେଇ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ସ୍ୱତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଛି।