Breaking PLUSଓଡ଼ିଶାମୁଖ୍ୟ ଖବର

ଜେସିବି ସହ ତାଡି ନେଇଥିବା ଏଟିଏମ୍ ଜବତ କଲା ପୁଲିସ୍

ଝାରସୁଗୁଡା: ଜେସିବି ଲଗାଇ ଏଟିଏମ୍ ତାଡିନେବା ଘଟଣା। ଜେସିବି ସହ ତାଡି ନେଇଥିବା ଏଟିଏମ୍ ଜବତ କଲା ପୁଲିସ୍।  ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ୍ କୁ ଦୁର୍ବୁତ୍ତମାନେ ତାଡି ନେଇଥିଲେ। ସଦର ଥାନା ବିଟିଏମ୍ ଛକରେ ଥିବା ଏଟିଏମ୍‌ ରେ ଏଭଳି କିଛି ଅଘଟଣ ସାମ୍ନାକୁ ଆସିଥିଲା। ପୁଲିସ୍ ଘଟଣାରେ ଜେସିବି ମାଲିକକୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି। ସୂଚନା ମୂତାବକ ବୁଧବାର ବିଳମ୍ବିତ ରାତିରେ ବିଟିଏମ୍ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମକୁ କିଛି ଦୁର୍ବୁତ୍ତ ଜେସିବି ସାହାର୍ଯ୍ୟରେ ତାହି ନେଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଏ ନେଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଝାରସୁଗୁଡା ସଦର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବର୍ତ୍ତମାନ ପୁଲିସ୍ ଲୁଟ୍‌ ଏଟିଏମ୍ ଜବତ କରିବା ସହ ଜେସିବି ମାଲିକକୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।

Show More

Related Articles

Back to top button