Breaking PLUSଓଡ଼ିଶାମୁଖ୍ୟ ଖବର
ପିଜି ଆବେଦନ ନେଇ ବଢିଲା ସମୟ ସୀମା
ଘୁଞ୍ଚିଲା ପିଜି ପାଠ୍ୟକ୍ରମରେ ନାମଲେଖା ଆବେଦନ ସମୟ ସୀମା । ଏହାକୁ ସେପ୍ଟେମ୍ବର ୧୦, ରାତି ୧୧.୪୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ଭୁବନେଶ୍ୱର : ଘୁଞ୍ଚିଲା ପିଜି ପାଠ୍ୟକ୍ରମରେ ନାମଲେଖା ଆବେଦନ ସମୟ ସୀମା । ଏହାକୁ ସେପ୍ଟେମ୍ବର ୧୦, ରାତି ୧୧.୪୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୩୧ ପର୍ଯ୍ୟନ୍ତ ରହିଥିଲା। ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ। ସେହିପରି ଇ-ସ୍ପେସ୍ରେ ହଲ୍ ଟିକେଟ୍ ଉପଲବ୍ଧ ହେବା ତାରିଖ ସେପ୍ଟେମ୍ବର ୨୦ ଥିବା ବେଳେ ଏବେ ଏହାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଅକ୍ଟୋବର ୧୦ରୁ ଅକ୍ଟୋବର ୧୯ ମଧ୍ୟରେ ପ୍ରବେଶିକା ପରୀକ୍ଷା ହେବ। ଅକ୍ଟୋବର ୨୨, ରାତି ୧୧.୪୫ରେ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ପିଜି ପାଠ୍ୟକ୍ରମରେ ଶିକ୍ଷା ଦେଉଥିବା ବିଶ୍ୱବିଦ୍ୟାଳୟ ଓ କଲେଜ ନଭେମ୍ବର ୩୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବେ। ଡିସେମ୍ବର ୩ରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।