Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠାରୁ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ ସମାରୋହ

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ତିନି ଦିନିଆ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ ସମାରୋହ’। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରବାସୀ ଅତିଥି ଓଡ଼ିଶାରେ ପହଞ୍ଚିଛନ୍ତି। ୩ଦିନରେ ୧୭ଟି ଅଧିବେଶନ ରହିଛି । ଏବଂ ୨୧ଟି ପର୍ଯ୍ୟଟନ ସ୍ଥଳକୁ ପ୍ରବାସୀ ଭାରତୀୟଙ୍କୁ ବୁଲାଇ ନିଆଯିବ। ଏହି ସମାରୋହକୁ ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ। ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ଯାପନ ଦିବସରେ ପ୍ରବାସୀଙ୍କୁ ସମ୍ବୋଧିତ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ଅରୁଣ ଚାଟାର୍ଜୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି।

Show More

Related Articles

Back to top button