ଓଡ଼ିଶାସେଲିବ୍ରିଟିସ୍ୱତନ୍ତ୍ର

କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ଏତଲା ଦେବାର ବହୁଦିନ ପୁରିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ହାଇକୋର୍ଟ ଯାଇଛନ୍ତି ପ୍ରକୃତି । କିଛିଦିନ ତଳେ ପାରିବାରିକ ମାମଲାକୁ ନେଇ ରାସ୍ତା ଉପରେ ଗଣ୍ଡଗୋଳ ହେବା ସହିତ ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁରଙ୍କ ନାଁରେ ଖାରବେଳ ନଗର ଥାନାରେ ଏତଲା କରିଥିଲେ ପ୍ରକୃତି । କିନ୍ତୁ ଏପର୍ଯ୍ୟନ୍ତ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ହାଇକୋର୍ଟଙ୍କୁ ଜଣାଇଛନ୍ତି ସେ ।

ହାଇକୋର୍ଟଙ୍କ ଦ୍ୱାରସ୍ଥ ପରେ ନିଜର ପ୍ରତିକ୍ରିୟାରେ ପ୍ରକୃତି କହିଛନ୍ତି, ମୋ ସହ ଯାହା ହୋଇଛି ଆପଣମାନେ ସମସ୍ତେ ଜାଣନ୍ତି । ନ୍ୟାୟାଳୟ ଉପରେ ମୋର ପୂରା ଭରସା ରହିଛି । ମୋତେ ନ୍ୟାୟ ମିଳିବ ବୋଲି ମୋର ଆଶା ରହିଛି ।’ ଅନ୍ୟପଟେ ପୋଲିସର ଭୂମିକା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରକୃତି ମିଶ୍ରଙ୍କ ଓକିଲ । ସେ କହିଛନ୍ତି,ଘଟଣାକୁ ଦୀର୍ଘଦିନ ବିତିଯାଇଥିଲେ ବି ପୋଲିସ କୌଣସି ନ୍ୟାୟ ଦେଇପାରିନି । ବିଭିନ୍ନ ପ୍ରକାର ଆରୋପ ଥିଲେ ବି ପୋଲିସ ଉପଯୁକ୍ତ ଦଫା ଲଗାଇନି । ସେହିପରି ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରାଇବାକୁ କୋର୍ଟରେ ଅପିଲ କରାଯାଇଥିବା ପ୍ରକୃତିଙ୍କ ଓକିଲ କହିଛନ୍ତି ।

ସୂଚନାଯୋଗ୍ୟ ଗତ ଜୁଲାଇ ୨୩ ତାରିଖ ଦିନ ବାବୁସାନଙ୍କ ପତ୍ନୀ ତୃପ୍ତି ଭୁବନେଶ୍ୱରସ୍ଥିତ ଖାରବେଳନଗର ଥାନା ଅନ୍ତର୍ଗତ ସତ୍ୟନଗର ଅଞ୍ଚଳରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଥିଲା।ଏହାପରେ ଘଟଣାକୁ ନେଇ ପ୍ରକୃତି ମିଶ୍ରଙ୍କ ମା’ କୃଷ୍ଣପ୍ରିୟା ମିଶ୍ର ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ।

Show More

Related Articles

Back to top button