Breaking PLUSଓଡ଼ିଶାମୁଖ୍ୟ ଖବର

ନାମାଙ୍କନ ଭରିଲେ ପ୍ରଣବ ପ୍ରକାଶ ଦାସ

ସମ୍ବଲପୁର- ନାମାଙ୍କନ ଭରିଲେ ବବି । ବିରାଟ ଶୋଭାଯାତ୍ରାରେ ସମ୍ବଲପୁର ସହର ପରିକ୍ରମା ପରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରଣବ ପ୍ରକାଶ ଦାସ। ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବା ପରେ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ସାଂସଦ ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ପ୍ରଣବ। ୫ଜଣ ପ୍ରସ୍ତାବକଙ୍କ ସହ ୪ସେଟ୍‌‌ ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ପ୍ରଣବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସଭାପତି ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ମୁଁ ନିଶ୍ଚିତ ବବି ତୁମେ ନିଶ୍ଚିତ ବିଜୟ ହାସଲ କରିବ। ଏକ୍ସରେ ପୋଷ୍ଟ କରି ବବି ଲେଖିଛନ୍ତି ଆପଣଙ୍କ ଆଶୀର୍ବାଦ ଏବଂ ସମ୍ବଲପୁରବାସୀଙ୍କ ଅକୁଣ୍ଠ ଭଲ ପାଇବା ‘ସମୃଦ୍ଧ ସମ୍ବଲପୁର’ ଗଠନର ସଂକଳ୍ପକୁ ଆହୁରି ଦୃଢ କରିଛି। ନାମାଙ୍କନ ଦାଖଲ କରିବା ପୂର୍ବରୁ ମା ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ପ୍ରଣବ।

Show More

Related Articles

Back to top button