Breaking PLUSଓଡ଼ିଶାମୁଖ୍ୟ ଖବର
ମହାନଦୀ ସଂକଟର ସମାଧାନ କେବେ- ପ୍ରସନ୍ନ ଆଚାର୍ଯ୍ୟ

ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଟାର୍ଗେଟ୍ । ମହାନଦୀ ସଂକଟର ସମାଧାନ କେବେ ବୋଲି ପ୍ରଶ୍ନ କଲେ । ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ, ଆପୋସ ସମାଧାନ ପାଇଁ ସର୍ତ୍ତାବଳୀ କଣ ରହିବ । ସରକାର ମହାନଦୀ ଟ୍ରିବ୍ୟୁନାଲରୁ ଓହରି ଯିବେନି ତ ବୋଲି ପ୍ରଶ୍ନ କଲେ । କିଛି ବର୍ଷ ହେଲା ମହାନଦୀକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ଚାଲିଛି । ଦୁଃଖର ସହିତ କହିବାକୁ ପଡ଼ୁଛି, ଷଡ଼ଯନ୍ତ୍ରର ମୁକସାକ୍ଷୀ ଭାରତ ସରକାର । ମହାନଦୀର ହତ୍ୟା ହେବ ମାନେ ଓଡ଼ିଶାର ହତ୍ୟା ହେବ’ । ଓଡ଼ିଶା ସରକାରଙ୍କ ବିନା ସହମତିରେ ଆନିକଟ ତିଆରି କରୁଛି ଛତିଶଗଡ଼ । ପୂର୍ବରୁ କେନ୍ଦ୍ରୀୟ ଜଳ ଆୟୋଗର ହସ୍ତକ୍ଷେପ ଲୋଡ଼ିଥିଲା ବିଜେଡି । ଏବେ କେନ୍ଦ୍ରରେ, ରାଜ୍ୟରେ ଓ ଛତିଶଗଡ଼ରେ ବିଜେପି ସରକାର ଅଛି । ହେଲେ ଓଡ଼ିଶା ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ।



