Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରଶାନ୍ତ ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ

ଭୁବନେଶ୍ୱର, 24 ଏପ୍ରିଲ- ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ଇସାଣୀ ଗାଁର ଶୋକାକୂଳ ପରିବେଶରେ ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଓଡ଼ିଆ ପର୍ଯ୍ୟଟକ ପ୍ରଶାନ୍ତ କୁମାର ଶତପଥୀଙ୍କ ପାର୍ଥିବ ଶରୀରର ପୂରା ରାଜକୀୟ ସମ୍ମାନର ସହ ଶେଷକୃତ୍ୟ କରାଯାଇଛି ।

43 ବର୍ଷୀୟ ଶତପଥୀ ବାଲେଶ୍ୱର ସ୍ଥିତି ସେଂଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଟିକ୍ସ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ଆକାଉଂଟ ଆସିଷ୍ଟାଣ୍ଟ ଥିଲେ, ଯିଏକି ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ମୃତ୍ୟୁବରଣ କରିଛନ୍ତି ।

ତାଙ୍କ ଶେଷକୃତ୍ୟରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଦୁଃଖରେ ମ୍ରିୟମାଣ ପରିବାର ସଦସ୍ୟଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପିସିସି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଓ ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ବି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ଉପସ୍ଥିତ ଥିଲେ, ଯେତେବେଳେ ତାଙ୍କ ପାର୍ଥିବ ଶରୀରକୁ ସ୍ୱତନ୍ତ୍ର ବିମାନ ଯୋଗେ ଗୁରୁବାର ସକାଳେ ଭୁବନେଶ୍ୱର ଅଣାଯାଇଥିଲା ।

ତାଙ୍କ ଶେଷ ଯାତ୍ରାରେ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ, ପୁଅ ତନୁଜ, ସାନଭାଇ ଜୟନ୍ତ ଓ ସଂପର୍କୀୟ ମନୋରଂଜନ ଏବଂ ରତ୍ନଶ୍ରୀ ମହାନ୍ତି ଥିଲେ । ଶହଶହ ଲୋକ ଏୟାରପୋର୍ଟ ଓ ଗାଁରେ ଏକାଠି ହୋଇଥିଲେ । ଯେଉଁଠି ଭାରତ ମାତା କୀ ଜୟ ଓ ପ୍ରଶାନ୍ତ ଶତପଥୀ ଅମର ରହେ ପରି ଦେଶଭକ୍ତ ନାରା ମଧ୍ୟରେ ତାଙ୍କ ଶୋକାକୂଳ ପରିବେଶରେ ଅନ୍ତିମ ବିଦାୟ ଦିଆଯାଇଥିଲା ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତିମ ସଂସ୍କାରର ବ୍ୟବସ୍ଥା କରାଯାଇଥିଲା । ପୂରା ସମ୍ମାନର ସହ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।

Show More

Related Articles

Back to top button